Home ଜିଲ୍ଲା ପରିକ୍ରମା ବନ୍ତରେ ଗଡ଼ିଲା ଶିକ୍ଷା ସଚେତନତାର ରଥ

ବନ୍ତରେ ଗଡ଼ିଲା ଶିକ୍ଷା ସଚେତନତାର ରଥ

14

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଶିକ୍ଷା ସଚେତନତା ରଥର ସୁଭାରମ୍ଭ କରାଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସେଠୀ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ବନ୍ତ ସରପଞ୍ଚ ମାନସିରାଣୀ ରାଉତ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ,ପ୍ରମୋଦ ପଣ୍ଡା,ସାଧନକେନ୍ଦ୍ର ସଂଯୋଜକ ସୁଧିର କୁମାର ବାରିକ,ଜଗଜୀବନ ଜେନା,ଗିରିଜା ଶଂଙ୍କର ଜେନା,ଜଗନ୍ନାଥ ଖୁଣ୍ଟିଆ,ପରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ସଚେତନ ଧର୍ମୀ ନୃତ୍ୟ ମାଧ୍ୟମରେ ପତାକା ଦେଖାଇବା ପରେ ଶିକ୍ଷା ରଥ ଗଡ଼ିଥିଲା । ଏହି ବ୍ଲକରେ ଥିବା ୨୫ଗୋଟି ପଞ୍ଚାୟତ ୧୮ଗୋଟି କ୍ଲଷ୍ଟର୍‌ରେ ଥିବା ୬ ରୁ ୧୪ ବର୍ଷ ପିଲା ମାନଙ୍କୁ ବିଦ୍ୟାଳୟ ମୁଖୀ କରିବା ନେଇ ଏହି ରଥ ଆଜିଠାରୁ ୧ସପ୍ତାହ ଧରି ବୁଲିବ । ଯାହା ଫଳରେ ବିଦ୍ୟାଳୟକୁ ଆସୁନଥିବା କିମ୍ବା ଅଧାରୁ ପାଠ ଛାଡ଼ୁ ଥିବା ପିଲା ମାନେ ଶିକ୍ଷା ମନସ୍କ ହୋଇ ପ୍ରତିଭାର ବିକଶିତ କରିପାରିବେ । ମହତାବ ମ.ଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନାଙ୍କ ମଞ୍ଚ ପରିଚାଳନାରେ ମଦନ ମୋହନ ନାୟକ,ମୁରଲୀଧର ବଳ,ସଞ୍ଜୁଲତା ଚଣ୍ଡ,ଭାରତୀଲତା ସାମଲ,କଲ୍ୟାଣୀ ପଣ୍ଡା,ଅଞ୍ଜଳି ରାଉତ,ମନୋରମା ପଣ୍ଡା,ହୃଷିକେଶ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.