Home ଜିଲ୍ଲା ପରିକ୍ରମା ଅସହାୟ ଶିଶୁଙ୍କ ପାଖରେ ପହଞ୍ôଚଲା ଶିଶୁ ସୁରକ୍ଷା ଦଳ

ଅସହାୟ ଶିଶୁଙ୍କ ପାଖରେ ପହଞ୍ôଚଲା ଶିଶୁ ସୁରକ୍ଷା ଦଳ

13

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିତା-ମାତା ଥାଇ ମଧ୍ୟ ଅସହାୟ, ଅବହେଳିତ ଅବସ୍ଥାରେ ଥିବା ଶିଶୁମାନଙ୍କ ପାଖରେ ପହଞ୍ôଚଛି ଜିଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀମାନେ । ପିଲାମାନଙ୍କ ରହିବା, ଖାଇବା, ପାଠ ପଢିବାର ସମସ୍ତ ଦାୟିତ୍ୱ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପିଲାମାନଙ୍କର ଉପଯୁକ୍ତ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଛନ୍ତି । ଦକ୍ଷିଣବାଡ ପଂଚାୟତ ଅଧୀନସ୍ଥ ପଇତାଗଢିଆ ମୁଣ୍ଡାସାହିରେ ବାବନ ଚମ୍ପିଆ ଓ କମଳା ଚମ୍ପିଆଙ୍କ ଔରସରୁ ୪ଟି ସନ୍ତାନ ଜନ୍ମ ହୋଇଥିଲେ । ସନ୍ତାନ ଜନ୍ମର କିଛିଦିନ ପରେ କମଳା ଅନ୍ୟତ୍ର ବିବାହ କରିଥିଲା । ଏବଂ ବାବନ କାମଧନ୍ଦା ପାଇଁ ବାହାରେ ବୁଲି ପଇସା ରୋଜଗାର କଲା । ପିଲାମାନେ ଅବହେଳିତ ହୋଇ ଘରେ ବଡ ଭଉଣୀ ମିନତୀ ଚମ୍ପିଆ ପାଖରେ ରହି ଭଂଗା ଚାଳିଆରେ ଦିନ କାଟୁଥିବାବେଳେ ଶିଶୁ ସୁରକ୍ଷାର ଅଧିକାରୀମାନେ ଆସି ଅସହାୟ ପିଲାଙ୍କ ପାଖରେ ପହଞ୍ôଚବା ସହ ପିଲାମାନଙ୍କ ସହ ଆଲୋଚନା କରିଛନ୍ତି ଓ ସ୍ଥିତି ପରଖିଛନ୍ତି । ଏହି ଆଲୋଚନା ସମୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲା ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ସୁରକ୍ଷା ଅଧିକାରିଣୀ (ଅଣ ଆନୁଷ୍ଠାନିକ) ସ୍ୱାଗତିକା ବାରିକ, ଅଙ୍ଗନୱାଡି କର୍ମୀ ଚମ୍ପାବତୀ ସାହୁ ସମେତ ଶିଶୁ ମଙ୍ଗଳ ଓ ପୁଲିସ୍ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.