Home କେନ୍ଦୁଝର ବିଜେପିର ମଣ୍ଡିଚାଲ ଅଭିଯାନ, କଟଣି ଛଟଣିକୁ ନେଇ ଅସନ୍ତୋଷ

ବିଜେପିର ମଣ୍ଡିଚାଲ ଅଭିଯାନ, କଟଣି ଛଟଣିକୁ ନେଇ ଅସନ୍ତୋଷ

35

ହାଟଡ଼ିହି, ୧୬ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଭାରତୀୟ ଜନତାପାର୍ଟିର ଆହ୍ୱାନକ୍ରମେ ଆଜିଠାରୁ ମଣ୍ଡିଚାଲ ଅଭିଯାନ ଆରମ୍ଭ ହୋଇଛି । ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ କୃଷକମୋର୍ଚ୍ଚା ଉପାଧ୍ୟକ୍ଷ ମହେଶ୍ୱର ସାହୁଙ୍କ ଦ୍ୱାରା ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ଆଜି ମରୈଗାଁ ଧାନମଣ୍ଡି ଓ ବଡରମ୍ପାସ ଧାନମଣ୍ଡିରେ ପହଞ୍ଚି ମଣ୍ଡିର ବର୍ତ୍ତମାନର ଅବସ୍ଥାକୁ ଅନୁଧ୍ୟାନ କରିବାସହ ଚାଷୀମାନେ ଧାନ ଠିକଭାବେ ବିକ୍ରୀ କରିପାରୁଛନ୍ତି କି ନାହିଁ ଓ ସରକାରୀ ଧାର୍ଯ୍ୟଦର ପାଉଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରିଥିଲେ । ବଡରମ୍ପାସ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇ ନଥିବାବେଳେ ମରୈଗାଁରେ ଧାନ କିଣା ଆରମ୍ଭ ହୋଇଥବବା ଦେଖିବାକୁ ପାଇଥିଲେ । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅନ୍ଧାରରେ ରଖି ଶୋଷଣ କରାଯାଉଥିବା ସେମାନଙ୍କ ନଜରକୁ ଆସିଥିବା ବିଜେପି ନେତା ଆଲୋକ ସେଠୀ ଅଭିଯୋଗ କରିଛନ୍ତି । ଚାଷୀଙ୍କ ବିଶ୍ରାମ ପାଇଁ ମଣ୍ଡିରେ କୌଣସି ସୁବିଧା ସୁଯୋଗ ନଥିବାବେଳେ ବସ୍ତା, ଧାନ ପରିବହନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏଫ.କ୍ୟୁ ଅଧାରରେ ଧାନର ମାନ ଆଉ ମୁଲ୍ୟ ନ ଦିଆଯାଇ କୁଇଣ୍ଟାଲ ପ୍ରତି ୫ରୁ୧୦କିଲୋ ଲେଖାଏଁ କଟାଯାଉଥିବା ଚାଷୀମାନେ ସେମାନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଫକ୍ୟୁ ମାନ ନିର୍ଦ୍ଧାରଣ ପ୍ରତି ଆଦୌ ଗୁରୁତ୍ୱ ଦିଆନଯାଇ ସବୁବର୍ଷ ଭଳି କଟଣି ଛଟଣିରେ ଧାନ କିଣାଯାଉଛି ବୋଲି ସେମାନେ ଦେଖିବାକୁ ପାଇଥିଲେ । ଫଳରେ ଚାଷୀମାନେ ସରକାରଙ୍କ ଉପଯୁକ୍ତ ମୁଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜେପି ନେତାମାନେ ଜାଣିବାକୁ ପାଇଛନ୍ତି । ଏହି ପ୍ରତିନିଧି ଦଳରେ ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁବନେତା ଯଜ୍ଞପ୍ରସାଦ ସାହୁ, ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲ, ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତଙ୍କ ସହ ବରିଷ୍ଠନେତା ସୁଶାନ୍ତ ଜେନା, ଦିପ୍ତୀମୟୀ ସାହୁ, ଚିନ୍ତାମଣି ଓଝା, ହେମନ୍ତ ପେରେଇ, ଗୋପାଳକୃଷ୍ଣ ସେନାପତି, ଗୌରାଙ୍ଗ ଜେନା, ନିତ୍ୟାନନ୍ଦ ବେହେରା, ପିନାକୀ ଜେନା, ଚକ୍ରଧର ନାଇକ, ଦୀନବନ୍ଧୁ ମହାନ୍ତି, ବୈଲୋଚନ ମହାରଣା, ପବିତ୍ର ମଲ୍ଲିକ, ହରେକୃଷ୍ଣ ସ୍ୱାଇଁ, ଗୋଲକ ପୁହାଣ, ନିରଞ୍ଜନ ବିଶ୍ୱାଳ, ଆଲୋକ ଦାସ, ଉମାକାନ୍ତେ ରାଉତ, ରମାକାନ୍ତ ଶଙ୍ଖୁଆଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.