Home କେନ୍ଦୁଝର ହାଟଡିହିରେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା

ହାଟଡିହିରେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା

21

ହାଟଡ଼ିହି, ୧୬ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ତିନୋଟି ପରୀକ୍ଷାକେନ୍ଦ୍ରରେ ଆଜି ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ହାଟଡିହି ହାଇସ୍କୁଲରେ ଅନୁଷ୍ଠିତ ପରୀକ୍ଷାକେନ୍ଦ୍ରରେ ୧୦୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଶାଳଣିଆଁ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୦୯ଜଣ ଓ ବାଲିବରେଇ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୯୦ଜଣ ପରୀକ୍ଷା ଦେଇଛନ୍ତି । ହାଟଡିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର କେନ୍ଦ୍ର ଅଧିକ୍ଷକ ଭାବେ ପରୀକ୍ଷା ପରିଚାଳନା କରିଥିବାବେଳେ ଶାଳଣିଆଁରେ ରମେଶ ଚନ୍ଦ୍ର ନାୟକ ଓ ବାଲିବରେଇରେ ଅପର୍ଣ୍ଣା ବେହେରା କେନ୍ଦ୍ର ଅଧିକ୍ଷକ ଭାବେ ପରୀକ୍ଷା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.