Home କେନ୍ଦୁଝର ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

16

ହାଟଡ଼ିହି, ୧୬ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅନେକ ଲୋକ ନିଜ ନିଜ ଜନ୍ମଦିନକୁ ରଙ୍ଗ ବେରଙ୍ଗରେ ପାଳନ କରୁଥିବାବେଳେ ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ଉଦୟନାଥ କର ତାଙ୍କ ଜନ୍ମ ଦିନକୁ ଏକ ଭିନ୍ନ ନିଆରା ଢ଼ଙ୍ଗରେ ପାଳନ କରିବା ଘଟଣା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ଶ୍ରୀଯୁକ୍ତ କର ଆଜି ତାଙ୍କ ଜନ୍ମ ଦିନ ଅବସରରେ ହାଟଡିହି ବ୍ଲକରେ ବହୁ ଦୁସ୍ଥିତିରେ କାଳାତିପାତ କରୁଥିବା ଆଇତିପୁର ଗ୍ରାମର ଭିନ୍ନକ୍ଷମ ବାଦଲ ଦେହୁରୀ, ପଦ୍ମାବତୀ ଦାସ, ବାଇଧର ଜେନାଙ୍କ ପରିବାର, ବଡରମ୍ପାସ ଗ୍ରାମର ରଜନୀ ବିଶ୍ୱାଳ ପ୍ରମୁଖ ଭିନ୍ନକ୍ଷମ ମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ମାନଙ୍କୁ ଚାଉଳ, ଡାଲି, ଆଳୁ, ତେଲ ସହ କମ୍ବଳ ଆଦି ବଣ୍ଟନ କରିଛନ୍ତି । ଶ୍ରୀଯୁକ୍ତ କରଙ୍କ ଏପରି ଉଦ୍ୟମକୁ ସବୁ ମହଲରେ ପ୍ରସଂଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.