Home Top News ବିଜେଡି ଶାସନରେ, ମହିଳା ବିପଦରେ : ସମୀର ମହାନ୍ତି

ବିଜେଡି ଶାସନରେ, ମହିଳା ବିପଦରେ : ସମୀର ମହାନ୍ତି

46

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅଘୋଷିତ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ
ସରକାରୀ ଦଳ ଏତେ ଅସହିଷ୍ନୁ କାହିଁକି ?
ଗୃହ ରାଷ୍ଟମନ୍ତ୍ରୀଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ
ବିରୋଧୀଙ୍କୁ ଶାସକ ବିଜେଡିର ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ
ଭୁବନେଶ୍ୱର ୨୬/୧୧ (ଓଡ଼ିଆ ପୁଅ) : ଗତ କାଲି ରାତିରେ ଭୁବନେଶ୍ୱରର ମହିଳା ସାସଂଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ପ୍ରତିହିଂସା ପରାୟଣ ଶାସକ ବିଜେଡି ଦଳ ଦ୍ୱାରା ସଂଘବଦ୍ଧ ଭାବେ ଅଘୋଷିତ ଅତର୍କିତ ଆକ୍ରମଣ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ। ବିଜେଡି ଶାସନରେ, ମହିଳା ବିପଦରେ। ଏହି କଥା ଗତ କାଲି ମହିଳା ସାଂସଦଙ୍କୁ ଆକ୍ରମଣ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଗଣତନ୍ତ୍ରରେ ଅଲୋଚନା ଓ ସମାଲୋଚନା ପ୍ରମୁଖ ସ୍ଥାନ ରହିଛି। ବିରୋଧୀଙ୍କ ପ୍ରତିବାଦକୁ ସାମ୍ନା ନକରି ଶାସକ ବିଜେଡି ଅସହିଷ୍ନୁ ହୋଇ ପଡି ହିଂସାପରାୟଣ ହୋଇପଡିବା ଅତ୍ୟନ୍ତ ଲଜ୍ଜାଜନକ। ବିରୋଧୀଙ୍କ ପ୍ରତି ରାଜ୍ୟ ସରକାରୀ ଦଳ ଏତେ ଅସହିଷ୍ନୁ କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଗତ ୪୮ ଦିନ ଧରି ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରୀ ରହିଛି। ଘୋଷିତ ପ୍ରତିବାଦ କରାଯାଉଛି। ମମିତାଙ୍କୁ ଅପହରଣ କରାଯାଇ ବିଭତ୍ସ ଭାବରେ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରାଯାଇ ୨୦ ଫୁଟ୍ ମାଟି ତଳେ ପୋତିଦିଆଗଲା। ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର କ୍ଷମତାକୁ ଅପବ୍ୟବହାର କରି ସମସ୍ତ ତଥ୍ୟପ୍ରମାଣ ନଷ୍ଟ କରିବାରେ ଲାଗିଲେ। ସମଗ୍ର ଓଡିଶାବାସୀ ଏହାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କଲେ। ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରି ସ୍ମାର୍ଟ କାର୍ଡ ବଂଟନ ଆଳରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଶକତା ପ୍ରସଙ୍ଗରେ କୈାଣସି ଉତର ରାଜ୍ୟବାସୀଙ୍କୁ ଦେଲେ ନାହିଁ। ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପରିବର୍ତେ ଗୋଟିଏ ମଂଚରେ ବସି ରହି ଅପରାଧିମାନଙ୍କୁ ସୁରକ୍ଷା ପ୍ରଦାନ କଲେ। ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ଗୃହ ରାଷ୍ଟମନ୍ତ୍ରୀଙ୍କୁ ବହିଷ୍କାର କରାଯାଇନାହିଁ, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଅଘୋଷିତ ଭାବେ ଶାସକ ବିଜେଡି ଦଳ ପ୍ରତିହିଂସା ପରାୟଣ ହୋଇ ମହିଳା ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଓ ରାଜ୍ୟରେ ଗଣତନ୍ତ୍ର ବିପଦରେ ଥିବା ସ୍ପଷ୍ଟ ବାରି ହୋଇପଡିଛି। ସେହି ଭଳି ଭାବେ କିଛି ଦିନ ତଳେ ଏକ ବୈାଦୁତିକ ଗଣମାଧ୍ୟମର ବିତର୍କରେ ଅଂଶଗ୍ରହଣ କରୁଥିବା ବିଜେପି ମହିଳା ମୁଖପାତ୍ରଙ୍କ ପ୍ରତି ଶାସକ ବିଜେଡିର ପ୍ରବକ୍ତାଙ୍କ ଦ୍ୱାରା ଆଶାଳୀନ ବକ୍ତବ୍ୟ ଓ ବ୍ୟବହାର ସମସ୍ତ ସୀମା ପାରି କରଛି। ବିରୋଧୀଙ୍କୁ ଶାସକ ବିଜେଡିର ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ। ଶାସକ ବିଜେଡି ସାଧାରଣ ଜନତା ଏବଂ ବିରୋଧୀଙ୍କ ପ୍ରଶ୍ନର ଉତର ରଖନ୍ତୁ ଏବଂ ଏଭଳି ଅସାମ୍ବିଧାନିକ ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ ରହିବାକୁ ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.