Home Top News ମହାନଦୀରୁ ୪ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

ମହାନଦୀରୁ ୪ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

36

କଟକ, ୨୫/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଚାଉଳିଆଗଂଜ ଥାନା ନୂଆବଜ଼ାର ଅଞ୍ଚଳର ଯେଉଁ ୪ଜଣ ଛାତ୍ର ଗୁରୁବାର ଅପରାହ୍ନ ରେମହାନଦୀରେ ଗାଧୋଇବା ବେଳେ ଭାସିଯାଇ ଥିଲେ, ସେମାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ଓ ଓଡ୍ରାଫ ଟିମ ଗତକାଲି ଠାରୁ ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ ଜାରିରଖିଥିଲେ। ମୃତ ଛାତ୍ରମାନେ ହେଲେ ନୂଆବଜ଼ାର ପୋତା ପୋଖରୀ ଅଞ୍ଚଳର କ୍ଷେତ୍ରବାସୀ ବେହେରା, ଶୁଭମ ସେଠୀ, ଆକାଶ ବାହାଲିଆ ଓ ଚନ୍ଦନ ବେହେରା। ଏମାନେ ଭେଦି ମୂଳ ଘାଟରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଥିଲା। ମୃତ ଛାତ୍ର ମାନଙ୍କର ବୟସ ୧୨ ରୁ ୧୪ମଧ୍ୟରେ ହେବ ଓ ଏମାନେ ଅଷ୍ଟମ ଶ୍ରେଣୀ ର ଛାତ୍ର। ସମ୍ପୃକ୍ତ ଅଞ୍ଚଳରେ ଏଥିନେଇ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.