Home ଓଡ଼ିଶା ବିଜେଡି ରାଲି ଭିତରେ ଧସେଇ ପଶିଲେ ପ୍ରତାପ ଷଡ଼ଙ୍ଗୀ !

ବିଜେଡି ରାଲି ଭିତରେ ଧସେଇ ପଶିଲେ ପ୍ରତାପ ଷଡ଼ଙ୍ଗୀ !

266

ନୀଳଗିରି, ୦୧/୧୧, (ଓଡ଼ିଆ ପୁଅ ପି ନାୟକ) : ଧସେଇ ପଶିଲେ ନନା। ଆଜ୍ଞା ହଁ, ଆପଣ ଏହାଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ନୀଳଗିରିରେ ବିଜେଡିର ପଦଯାତ୍ରା ଭିତରକୁ ଧସେଇ ପଶିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ନୀଳଗିରି ରାଜନୀତିରେ ବେଶ ଗୁରୁଶିଷ୍ୟ ଭାବେ ଚର୍ଚ୍ଚିତ ପ୍ରତାପ ଷଡଙ୍ଗୀ ଓ ସନ୍ତୋଷ ଖଟୁଆ। ମନମାଳିନ୍ୟ ଓ ବିଜେପିରୁ ବିଧାୟକ ଟିକଟ ନମିଳିବା ଯୋଗୁଁ ବିଜେପି ଛାଡି ବିଜେଡିର ଯୋଗଦେଇ ନୀଳଗିରି ବିଧାୟକ ପ୍ରାର୍ଥୀ ହୋଇଥିବା ଶିଷ୍ୟ ସନ୍ତୋଷ ଖଟୁଆ ଗତକାଲି ପଦଯାତ୍ରା କରୁଥିଲେ।ଏହି ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନୀଳଗିରିରେ କାର୍ଯ୍ୟକ୍ରମ ସାରି ବାଲେଶ୍ଵର ଅଭିମୁଖେ ଯାଉଥିବାବେଳେ ନୀଳଗିରି ବ୍ଳକ ସମ୍ମୁଖ ରାସ୍ତାରେ ବିଜେଡ଼ିର ଚାଲିଥିବା ପଦଯାତ୍ରା ଭିତରେ ପ୍ରବେଶ କରିଥିଲେ। ବିଜେଡିର କର୍ମୀମାନେ ଏତେ ସଂଖ୍ୟକ ରାସ୍ତାରେ ଜାମ କରିଥିଲେ ଯେ ପ୍ରତାପଙ୍କ ଗାଡି ଯିବା କଷ୍ଟକର ହୋଇଥିଲା। ତଥାପି ଧସେଇ ପଶି ଅତିକ୍ରମ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.