Home ଜିଲ୍ଲା ପରିକ୍ରମା ବିଜେଡି ଯୁବ ଓ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ବିଜେଡି ଯୁବ ଓ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

32

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆଜି ଲୁଣିଆ ମେଲଣ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ଯୁବ ସଂପାଦକ ପ୍ରିନ୍ସି ନାୟକ, ରାଜ୍ୟ ଛାତ୍ର ସାଧାରଣ ସଂପାଦକ ତଥାଗତ ସାମଲ, ଜିଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ବିବିସିସି ସଭାପତି ରଘୁନାଥ ଲେଙ୍କା, ବିଜୁ ମହିଳା ବ୍ଲକ ସଭାନେତ୍ରୀ ସୁରତି ନାୟକ, ସମିତିସଭ୍ୟ ହରେକୃଷ୍ଣ ପାଢୀ ଓ ପ୍ରଦୀପ ମଲ୍ଲିକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଶରତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ସାହୁ, ଜିଲା ଉପସଭାପତି ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରୁ ଯୁବ ଓ ଛାତ୍ରମାନଙ୍କୁ ପ୍ରାଧାନ୍ୟ ଦେବା ସହିତ ସେମାନଙ୍କ ଦ୍ୱାରା ଦଳ ଅଧିକ ସୁସଂଗଠିତ ହୋଇପାରିବ । ଯୁବଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି, ଯୁବକ ମାନଙ୍କୁ ପ୍ରାଧ୍ୟାନ୍ୟ ଦେଲେ ଦଳ ସଂଗଠିତ ହୋଇପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଯୁବ ଓ ଛାତ୍ର କାର୍ଯ୍ୟକର୍ତା ମାନଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୁବ ସଂପାଦକ ଅରୁଣ କୁମାର ସାହୁ, ମଧୁସୂଦନ ପରିଡା, ପ୍ରତାପ ସାମଲ, ସୁବାସ ମହାକୁଡ, ବିଦ୍ୟାଧର ରାଉତ, ସାରଦା ପ୍ରସନ୍ନ ସାହୁ, କୃଷ୍ଣଚନ୍ଦ୍ର ପତି, ତୁଷାରକାନ୍ତ ମହାପାତ୍ର, ସୁଶାନ୍ତ ରାଉତ, ସେକ ସୁନିଲ, ଦିପକ ସେନ ପ୍ରମୁଖ ଯୋଗଦେଇ ସାଂଗଠନିକ ସଂପର୍କରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.