Home ଜିଲ୍ଲା ପରିକ୍ରମା ଅସହାୟଙ୍କୁ ସହାୟତାର ହାତ ବଡାଇଲେ ସମାଜସେବୀ

ଅସହାୟଙ୍କୁ ସହାୟତାର ହାତ ବଡାଇଲେ ସମାଜସେବୀ

25

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗରିବ ଓ ଅସହାୟ ଲୋକ ଆର୍ଥିକ ଅନାଟନ ଯୋଗୁଁ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରୁନାହାନ୍ତି । ସରକାରୀ ଯୋଜନା କେତେକଙ୍କ ନିକଟରେ ପହଂଚି ପାରୁନଥିବା ବେଳେ କେତେକଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ଏହି ପରିବାରଙ୍କୁ ସହାୟତା କରିବା ପାଇଁ ଧାମନଗର ଅଂଚଳର ଜଣେ ଯୁବ ସମାଜସେବୀ ଆଗେଇ ଆସିଛନ୍ତି । ସ୍ଥାନୀୟ ଦକ୍ଷିଣବାଡ ଗ୍ରାମର ବିଶିଷ୍ଠ ସମାଜସେବୀ ସ୍ୱର୍ଗତ ଦାମୋଦର ରାଉତଙ୍କ ପୁତ୍ର ନିରୋଦ ରାଉତ ଆଜି ନିଜ ଗ୍ରାମ ଦକ୍ଷିଣବାଡ ଠାରେ ଗ୍ରାମବାସୀଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିଥିଲେ । ନିଜ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସେ ଅନ୍ୟମାନଙ୍କୁ ତାଙ୍କ ସହିତ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଯେପରି ନିଜ ଗ୍ରାମର କେହିଁ ଜଣେ ହେଲେ ବି ଲୋକ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସେ ନିଜସ୍ୱ ଅର୍ଥ ବ୍ୟୟ କରି ଲୋକଙ୍କୁ ସହାୟତା କରିବା ପାଇଁ ପ୍ରତିଶ୍ରୃତି ଦେଇଛନ୍ତି । ଧାମନଗର ଡାକ୍ତରଖାନାକୁ ଗୋଟିଏ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଦକ୍ଷିଣବାଡ ଗ୍ରାମର ସବୁ ବର୍ଗର ଲୋକ ମାଗଣାରେ ଆମ୍ବୁଲାନ୍ସ ସେବା ପାଇପାରିବେ । ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଇବା ସହିତ ଉଚ୍ଚଶିକ୍ଷିତ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ଦିଆଯିବ । ଯଦି କୌଣସି ଗରିବ ଲୋକ ନିଜର କନ୍ୟା ସନ୍ତାନକୁ ବିବାହ କରିବା ପାଇଁ ଅର୍ଥର ଆବଶ୍ୟକତା ପଡେ ତେବେ ସେ ସମସ୍ତ ଅର୍ଥ ବ୍ୟୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏନେଇ ଗାଁ ଗାଁ ମଧ୍ୟରେ ଏକ କମିଟି ଗଠନ କରି ଲୋକଙ୍କ ସୁବିଧା ଓ ଅସୁବିଧା ବୁଝି ତାଙ୍କୁ ଦୈନିକ ଏହି କମିଟି ରିପୋର୍ଟ କରିବା ପରେ ସେ ଯଥା ସମ୍ଭବ ସହାୟତା ପାଇଁ ଆଗେଇ ଆସିବେ ବୋଲି ସଭାରେ ପ୍ରକାଶ କରିଥିଲେ । ଏହି ବୈଠକରେ ମନ୍ମଥ ରାଉତଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅନିଲ କୁମାର ବାରିକ, ଆଇନଜିବୀ ମାୟାଧର ବାରିକ, ଶିକ୍ଷାବିତ ଅଭିମନ୍ୟୁ ମଲ୍ଲିକ, ପୂର୍ବତନ ସରପଂଚ ତପନ କୁମାର ରାଉତ ଓ ହମେଶ୍ୱର ରାଉତ, ଗ୍ରାମର ମୁରବୀ ରମାକାନ୍ତ ବେହେରା, ଭୀମସେନ ବେହେରା, ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗଦେଇ ନିରୋଦଙ୍କ ଏହି ମହାନୀୟତା ଓ ସାମାଜିକ କାର୍ଯ୍ୟକୁ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମକୁ ବିଶ୍ୱନାଥ ସ୍ୱାଇଁ, ନରେନ୍ଦ୍ର ରାଉତ, ରାମଚନ୍ଦ୍ର ନାୟକ, ସାରଙ୍ଗ ବେହେରା, ଗଦାଧର ଜେନା ପ୍ରମୁଖ ପରିଚାଳନା କରିଥିଲେ । ଯୁବ ସମାଜସେବୀ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.