Home ଜିଲ୍ଲା ପରିକ୍ରମା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ିହେବ ଭଦ୍ରକ ଜିଲ୍ଳା, ଧାମନଗର ବ୍ଲକରେ ନୂଆ ସ୍ମାର୍ଟକାର୍ଡ଼ ବଣ୍ଟନ...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ିହେବ ଭଦ୍ରକ ଜିଲ୍ଳା, ଧାମନଗର ବ୍ଲକରେ ନୂଆ ସ୍ମାର୍ଟକାର୍ଡ଼ ବଣ୍ଟନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

22

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଏସ୍‌କେୱାଇ ସ୍ମାର୍ଟକାର୍ଡ଼ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଧାମନଗର ବ୍ଲକର ୩୧ଟି ପଂଚାୟତ ଓ ଏନ୍‌ଏସିର ୧୧ଟି ୱାର୍ଡ଼ରେ ଆସନ୍ତାକାଲି ଠାରୁ ୪ଦିନଧରି ଏହି ସ୍ମାର୍ଟକାର୍ଡ଼ ବଂଟନ ହେବ । ଏଥିପାଇଁ ପ୍ରତି ପଂଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ବଂଟନ କେନ୍ଦ୍ରଭାବେ ସ୍ଥିର କରାଯାଇଛି । ପ୍ରତି କେନ୍ଦ୍ରରେ ଆଶା କର୍ମୀ, ଅଙ୍ଗନୱାଡ଼ି ଦିଦି ଓ ରିଟେଲରଙ୍କ ସମେତ ଜଣେ ବ୍ଲକ କର୍ମଚାରୀ ଓ ୪ଜଣ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଧାମନଗର ବ୍ଲକ ଅଂଚଳର ୩୧ଟି ପଂଚାୟତରେ କେନ୍ଦ୍ରୀୟ ଖାଦ୍ୟ ଯୋଜନାରେ ହିତାଧିକାରୀ ମଧ୍ୟରୁ ମୋଟ ୩୦ହଜାର ୪ଶହ ୯୫ଜଣ, ଅନ୍ତ୍ୟୋଦୟ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ୫ହଜାର ୬ଶହ ୯୩ଜଣ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ହଜାର ୫ଶହ ୭୧ଜଣ ଏଭଳି ମୋଟ ୩୭ହଜାର ୭ଶହ ୫୯ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ସ୍ମାର୍ଟହେଲଥ କାର୍ଡ଼ ମିଳିବ ।

ସେହିପରି ଧାମନଗର ଏନ୍‌ଏସିର ୧୧ଟି ୱାର୍ଡ଼ର କେନ୍ଦ୍ର ଖାଦ୍ୟ ଯୋଜନାର ୩ହଜାର ୫ଶହ ୫୩ଜଣ, ଅନ୍ତ୍ୟୋଦୟ ଅର୍ଣ୍ଣପୂର୍ଣ୍ଣା ଯୋଜନାର ୫ଶହ ୪୪ଜଣ ଏବଂ ରାଜ୍ୟ ଖାଦ୍ୟ ଯୋଜନାର ଅନ୍ତର୍ଭୁକ୍ତ ହିତାଧିକାରୀ ୧ଶହ ୪୭ଜଣ ଏଭଳି ମୋଟ ୪ହଜାର ୨ଶହ ୪୪ଜଣଙ୍କୁ ନୂଆ ହେଲଥ କାର୍ଡ଼ ବଂଟନ କରାଯିବ । ତେବେ ଧାମନଗର ବ୍ଲକ ଓ ସହରାଂଚଳରେ ମୋଟ ୪୨ହଜାର ୩ଜଣଙ୍କୁ ନୂଆ ସ୍ମାର୍ଟକାର୍ଡ଼ ବଣ୍ଟାଯିବାପାଇଁ ଧାମନଗର ପଂଚାୟତ ସମିତି ପକ୍ଷରୁ ପ୍ରସ୍ତୁତି ସରିଛି । ଆଜି ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ, ଧାମନଗର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ଜିଲ୍ଳା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀଙ୍କ ଉପସ୍ଥିତରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ଶିକ୍ଷକ ମାନଙ୍କୁ ନେଇ ଏହି କାର୍ଡ଼ ବଣ୍ଟନ ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର କରାଯାଇଥିଲା । ତେବେ ଏହି କାର୍ଡ଼ ବଣ୍ଟନ କରାଗଲେ ଚିକିତ୍ସା ସୁବିଧା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବବୋଲି ଏହି ଶିବିରରେ କୁହାଯାଇଥିଲା । ସ୍ୱାସ୍ଥ୍ୟ ନିରାପତ୍ତାକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ସ୍ମାର୍ଟ ହେଲଥକାର୍ଡ଼ ଭାବେ ଲାଗୁ କରିଛନ୍ତି । ଏହି ସ୍ମାର୍ଟ ହେଲଥକାର୍ଡ଼ ଓଡ଼ିଶାରେ ୧ସେପ୍ଟେମ୍ବର ୨୦୨୧ରୁ କାର୍ଯ୍ୟକ୍ଷମ ହେବା ସହ ହିତାଧିକାରୀ ପରିବାରକୁ ଘରୋଇ ଚିକିତ୍ସା କ୍ଷେତ୍ରରେ ବର୍ଷକୁ ପରିବାର ସଦସ୍ୟ ପିଛା ୫ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟାଙ୍କ ପାଇଁ ଆଉ ୫ଲକ୍ଷ ଟଙ୍କା ସହାୟତା ମିଳିବ । ଏହି କାର୍ଡ଼ ବଣ୍ଟନକୁ ବିଜେପି ବିରୋଧ କରୁଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୃକ୍ଷେପ କରାନଯାଇ ଲୋକମାନଙ୍କ ନିକଟରେ କିପରି ଭାବରେ କାର୍ଡ଼ ପହଞ୍ôଚବ ସେନେଇ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.