Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକର ପରିସଂଖ୍ୟାନ କାର୍ଯ୍ୟାଳୟ କାହା ସ୍ୱାର୍ଥରେ

ଧାମନଗର ବ୍ଲକର ପରିସଂଖ୍ୟାନ କାର୍ଯ୍ୟାଳୟ କାହା ସ୍ୱାର୍ଥରେ

50

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଠିକ୍ ଭାବରେ ବିନିଯୋଗ ହେବା ସହିତ ଯେପରି ଦୁର୍ନିତୀ ନହୁଏ ସେନେଇ ସରକାର ସବୁବେଳେ ତତ୍ପର ହେଉଥିବାବେଳେ ତଳସ୍ତରର ଅଧିକାରୀମାନେ ଏହାକୁ ଭୃକ୍ଷେପ କରୁନାହାନ୍ତି । ବିଜ୍ଞାନ ଯୁଗରେ ବହୁ କ୍ଷେତ୍ରରେ ପରିସଂଖ୍ୟାନର ବ୍ୟବହାର ଦେଖାଯାଏ । କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ଶାସନ ଆଦି କ୍ଷେତ୍ରରେ ପରିସଂଖ୍ୟାନ ବିନା କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ôଚବା ସମ୍ଭବ ନୁହେଁ । ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି (ଷ୍ଟାଟିଷ୍ଟିକ୍ସ) । ଯଥାର୍ଥରେ “ସାଂଖ୍ୟିକ ତଥ୍ୟ ସଂଗ୍ରହ ଏହାର ବିଶ୍ଳେଷଣ ଓ ବାଖ୍ୟା ସମ୍ବନ୍ଧୀୟ ବିଜ୍ଞାନ ହିଁ ପରିସଂଖ୍ୟାନ” । ମାତ୍ର ଧାମନଗର ବ୍ଲକରେ ଏହି ବିଭାଗର ଏକ ତାଲାବନ୍ଦ କାର୍ଯ୍ୟାଳୟ ଅଛି । ଏହି କାର୍ଯ୍ୟାଳୟରେ ଦୁଇଜଣ କର୍ମଚାରୀ ଥିବା କଥା ସ୍ଥାନୀୟ ଅଂଚଳର ଶୁଣିବାକୁ ମିଳୁଥିବା ବେଳେ ସେମାନେ କେତେବେଳେ ଆସନ୍ତି ଓ କେତେବେଳେ ଯାଆନ୍ତି ତା’ର ସଠିକ୍ ଖବର କାହା ପାଖରେ ନାହିଁ । ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟୟରେ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟଳୟ ପାଇଁ ଅନୁଦାନ ଦିଆଯାଇ କାର୍ଯ୍ୟ ସମୂର୍ଣ୍ଣ କରାଯାଇଥିବାବେଳେ ଏଠାରେ ଏହି କାର୍ଯ୍ୟଳୟଟି ଭୂତକୋଠି ପାଲଟିଛି । ଘରର ଚାରିପଟେ ଅଳିଆ ଆବର୍ଜନା ସହିତ ଗଛଲତା ମାଡ଼ିଗଲାଣି । ତୁରନ୍ତ ଉକ୍ତ କାର୍ଯ୍ୟାଳୟଟିର ତାଲା ଖୋଲିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳ ଭଦ୍ରକ ଓ ଜିଲ୍ଲା ପରିସଂଖ୍ୟାନ ଅଧିକାରୀଙ୍କ ସମେତ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.