Home ଜିଲ୍ଲା ପରିକ୍ରମା ୭ ଦଫା ଦାବି ନେଇ କଂଗ୍ରେସର ଧାରଣା ଓ ବିକ୍ଷୋଭ

୭ ଦଫା ଦାବି ନେଇ କଂଗ୍ରେସର ଧାରଣା ଓ ବିକ୍ଷୋଭ

35

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର କଂଗ୍ରେସ ପକ୍ଷରୁ ୭ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଅବସରରେ ଏକ ରାଲି ବାହାରି ବଜାର ପରିକ୍ରମା କରିବା ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା କରାଯାଇଥିଲା । ବାସୁଦେବପୁରର ହାଇସ୍କୁଳ ଛକଠାରେ ଉଚ୍ଛେଦ ହୋଇଥିବା ସ୍ୱର୍ଗତଃ ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଅସଂପୂର୍ଣ୍ଣ ହୋଇପଡିଥିବା ବାସୁଦେବପୁର ଧାମାରା ରାସ୍ତା କାର୍ଯ୍ୟ ତୁରନ୍ତ ନିର୍ମାଣ କରିବା, ଧାମରା ବନ୍ଦରରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ଉଠା ଦୋକାନୀ ମାନଙ୍କର ଥଇଥାନ, ଖାଲି ପଡିଥିବା ଡାକ୍ତର ନିଯୁକ୍ତି, ସ୍ଥାୟୀ ସବ୍ ରେଜିଷ୍ଟ୍ରର ନିଯୁକ୍ତି, ସ୍ଥାୟୀ ଶୌଚାଳୟ ନିର୍ମାଣ ଭଳି ୭ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ଭକ୍ତରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଅଶୋକ କୁମାର ଦାସଙ୍କ ସହ ବ୍ଲକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ, ଦୀନବନ୍ଧୁ ବାରିକ, ବାବୁ ବାରିକ, ରତିକାନ୍ତ ବାରିକ, ସୁଦର୍ଶନ ମହାକୁଡ, ସୁଶାନ୍ତ ମହାକୁଡ, ଗୌର ମହାକୁଡ, ଛାତ୍ର କଂଗ୍ରେସ ସଭାପତି ମନୋରଂଜନ ପାଢୀ, ଭର୍ତ୍ତୃହରି ପାଢୀ, ଅଶୋକ କୁମାର ମହାନ୍ତି, ପ୍ରଶାନ୍ତ ଦଳାଇ, ଖଗେନ୍ଦ୍ର ଦାସ, ପ୍ରବୋଧ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.