ମାଲକାନଗିରି,୩୦ା୯(ଓଡିଆ ପୁଅ ) ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବିଏସଫ ଏଡିଜି ରାଜବିନ୍ଦ୍ର ସିଂ ଭଟ୍ଟି ମାଲକାନଗିରି ଜିଲ୍ଲା ଗସ୍ତକରି ବିଭିନ୍ନ ବିଏସଏଫ କ୍ୟାମ୍ପପରିଦର୍ଶନ କରିଛନ୍ତି । ବିଶେଶକରି ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା,ଅଣ୍ଡ୍ରାହଲ ଦୁର୍ଗମ ବଣ୍ଡାଘାଟି ସହ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ବଡପଡା, ଜୋଡାମ୍ବ ଅଚଂଳରେ ଥିବା ବିଏସଏଫ କ୍ୟାମ୍ପପରିଦର୍ଶନ କରି ବିଏସଏଫ ଅଧିକାରୀ ମାନଙ୍କ ସହିତ ମାଓସମସ୍ୟା ଓ ସ୍ଥିତି ସଂପର୍କରେ ଆଲୋଚନା କରି ଯବାନ ମାନହ୍କ ମନୋବଳ ସ୍ଥିତିକୁ ବଢାଇଦେଇଛନ୍ତି । ଏହା ବ୍ୟତିତ ବଣ୍ଡା ଘାଟିର ଆଦିମ ବଣ୍ଡାଜନଜାତୀ ମାନଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଠିକ ସେହିପରି ସ୍ୱାଭିମାନ ଅଚଂଳବାସୀ ମାନଙ୍କୁ ଭେଟି ସେଠାକାର ସମସୟା ସଂପର୍କରେ ପଚାରି ବୁଝିଥିଲେ । ପରେ ଜିଲ୍ଲାସଦର ମହକୁମାସ୍ଥ ଏମଭି୩ ଗ୍ରାମ ନିକଟରେ ଥିବା ବିଏସଫ ମୁଖ୍ୟକ୍ୟାମ୍ପ ପରିଦର୍ଶନ କରି ସେଠାରେ ବରିଷ୍ଠ ପୁଲିସ ଅଧିକାରୀ ଓ ବିଏସଏଫ ଅଧିକାରୀ ମାନଙ୍କ ସହିତ ମାଓସମୀକ୍ଷା କରିଥିଲେ । ଦୁର୍ଗମ ଓ ମାଓପ୍ରବଣ ଅଚଂଳରେ କାର୍ଯ୍ୟରତ ବିଏସଏଫ ଯବାନ ମାନଙ୍କ ଭଲକାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ ।ଦୁର୍ଗମ ବଣ୍ଡା ଘାଟି ଓ ସ୍ୱାଭିମାନ ଅଚଂଳରେ କିପରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତ୍ୱରାନୀତ ହୋଇ ବିକାଶ କ୍ଷେତ୍ରରେ ଜିଲ୍ଲାଆଗେଇବ ସେ ସଂପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ।ବିଏସଏଫ ଏଡିଜି ଙ୍କ ସହିତ ଆଇଜି ସତୀଶ ଚନ୍ଦ୍ର ବୁଡାକୁଟୀ,କୋରାପୁଟ ବିଏସଏଫ ମୁଖ୍ୟାଳୟର ଡିଆଇଜି ସଂଜୟ କୁମାର ସିଂ,ମାଲକାନଗିରି ବିସଏଫ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ