Home କୋରାପୁଟ ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ବିଏସଏଫ ଯବାନଙ୍କ ଆତ୍ମହତ୍ୟା

22

କୋରାପୁଟ ୦୬-୦୩ (ଓଡିଆ ପୁଅ /ରଂଜନ ଦାସ) ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଥିବା ଜଣାପଡିଛି ।ସୁଚନା ଅନୁଯାୟୀ ଜଳାପୁଟସ୍ଥିତ ବିଏସଏଫ ୧୫ ବାଟାଲିୟନର ଯବାନ ଇନ୍ଦ୍ରଜିତ ସିଂହ ଆଜି ସକାଳେ ନିଜ ସର୍ଭିସ ବନ୍ଧୁକରେ ଗୁଳିକରି ଆତ୍ମହତ୍ୟା ଉଦ୍ୟମ  କରିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ଲମତାପୁଟସ୍ଥିତ ଆଶାକିରଣ ହସପିଟାଲରେ ଭର୍ତି କରାଯାଇଥିଲା ।କିନ୍ତୁ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ ।ଇନ୍ଦ୍ରଜିତ ରାଜସ୍ଥାନର ବୋଲି ଜଣାପଡିଥିବା ବେଳେ ନିଜ ଗ୍ରାମରୁ ସେ ଗତ ଗୁରୁବାର ଦିନ  କ୍ୟାମ୍ପକୁ ଫେରିଥିଲେ ।ଆତ୍ମହତ୍ୟାର କାରଣ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.