Home କୋରାପୁଟ    ଗୁପ୍ତେଶ୍ୱର ମନ୍ଦିର ଭିତର ଓ ଆଖପାଖ ଅଂଚଳରେ ଭକ୍ତମାନଙ୍କ  ପ୍ରବେଶକୁ ବାରଣ

   ଗୁପ୍ତେଶ୍ୱର ମନ୍ଦିର ଭିତର ଓ ଆଖପାଖ ଅଂଚଳରେ ଭକ୍ତମାନଙ୍କ  ପ୍ରବେଶକୁ ବାରଣ

35

କୋରାପୁଟ  ତା୦୬-୦୩(ଓଡିଆ ପୁଅ /ରଂଜନ ଦାସ)ଚଳିତ ମାସ ୧୧ ତାରିଖରେ ମହାଶିବରାତ୍ରୀ ପାଳନ ହେବାକୁ ଥିବା ବେଳେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପୂଣ୍ୟପୀଠରେ  ବାହାର ରାଜ୍ୟରୁ ଭକ୍ତମାନଙ୍କ  ସମାଗମ  ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଛି ।ଏହି ବୈଠକରେ କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ,ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ , କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ,କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ,ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ବୈକୁଣ୍ଠ ମଣ୍ଡଳ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ,ଜୟପୁର ତହସିଲଦାର ଟୁଲିଆମ୍ବା ପ୍ରଧାନ ,ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ,ବୈପାରୀଗୁଡା ବ୍ଲକ ଅଧ୍ୟକ୍ଷ , ହଳଦୀକୁଣ୍ଡ ସରପଂଚ  ଓ ଗୁପ୍ତେଶ୍ୱର ପଂଚାୟତ ସମିତି ସଦସ୍ୟ ପ୍ରମୁଖ ଉପସ୍ଥିତ ଆଲୋଚନା କରିଥିଲେ ।ଆସନ୍ତା ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ କେବଳ ପୂଜକ ଓ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ ପୂଜା କର୍ମ କରାଯିବ ବୋଲି କୋଭିଡ ଗାଇଡଲାଇନ ଜାରି କରାଯାଇଥିବା ଜଣାପଡିଛି ।ପୂଜକ ଓ ସେବାୟତଙ୍କୁ  ଥର୍ମାଲ ସ୍କ୍ରିନିଂ କରାଯିବା ।ବିନା ଭକ୍ତରେ ଯେପରି ସମସ୍ତ କାର୍ଯ୍ୟ କରାଯିବ ସେଥି ନିମନ୍ତେ ଦେବୋତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି ।କୈାଣସି ମେଳା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଯଦି ଆବଶ୍ୟକ ହୁଏ ତେବେ ଉପଖଣ୍ଡ ଦଣ୍ଡାଧିକାରୀ ତଥା ଜୟପୁର ଉପଜିଲ୍ଲାପାଳ ୧୪୪ ଧାରା ଜାରି କରିପାରିବେ । ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାପାଳଙ୍କୁ ଶାବେରୀ ନଦୀ ଉପରେ ଅସଥାୟୀ କାଠସେତୁ ଉପରେ ପାବନ୍ଧି ଲଗାଯିବାକୁ କୁହାଯାଇଛି ।ବିଜୟନଗରମ , ବିଶାପାଖପାଟଣା ,ସୁକୁମା , ଦନ୍ତେଓାଡା ,ମାଲାକାନଗିରି ,ନବରଙ୍ଗପୁର  ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ   ସେମାନଙ୍କ ଅଂଚଳର ଭକ୍ତମାନଙ୍କୁ  ଗୁପ୍ତେଶ୍ୱରକୁ  ମହାଶିବରାତ୍ରୀ  ପାଳନ ସମୟରେ ନ ଆସିବାକୁ ନିବେଦନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.