Home କୋରାପୁଟ ବର୍ତମାନ ପରିସ୍ଥିତିରେ କୋଭିଡ ଟୀକାର ଗୁରୁତ୍ୱ ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

ବର୍ତମାନ ପରିସ୍ଥିତିରେ କୋଭିଡ ଟୀକାର ଗୁରୁତ୍ୱ ଶୀର୍ଷକ ଅନଲାଇନ ଆଲୋଚନାଚକ୍ର

42

କୋରାପୁଟ  ୦୬-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ ମହାବିଦ୍ୟାଳୟ ଇତିହାସ ବିଭାଗ ତଥା ନାବ ଓଡିଶାର ମିଳିତ ଆନୁକୁଲ୍ୟରେ ବର୍ତମାନ ପରିସ୍ଥିତିରେ କୋଭିଡ ଟୀକାର ଗୁରୁତ୍ୱ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ତଥା ନାବ ଓଡିଶାର  ଅବୈତନିକ ଇନକ୍ଲୁସିଭ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକମାନଙ୍କ ପାଇଁ କୋଭିଡ ଟୀକାର ଗୁରୁତ୍ୱ ଓ ଆବଶ୍ୟକତା ସଂପର୍କରେ ପ୍ରଫେସର ଦାଶ ଆଲୋକପାତ କରିଥିଲେ ।ଉକ୍ତ ଆଲୋଚନା ଚକ୍ରରେ  ଡିପିଏଚଓ ଡାକ୍ତର ଅରୁଣ କୁମାର ପାଢୀ ,ମାଲାକାନଗିରି ଡାକ୍ତରଖାନାର ଭେଷଜ ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର , ଚକ୍ଷୁ ବିଶେଷଜ୍ଞ ଡାକ୍ତର ଡି.ହରେକୃଷ୍ଣା, କୁନ୍ଦ୍ରାର ଗବେଷଖ ଡ.ରାଜେନ୍ଦ୍ର ପ୍ରସାଦ ପାଢୀ ,କୋରାପୁଟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିଲିପ କୁମାର ହିଆଲ ଓ ନାବ ଓଡିଶା ଶାଖାର ସଂପାଦକ ଅଜୟ କୁମାର ସାମଲ ପ୍ରମୁଖ ଯୋଗଦେଇ କୋଭିଡ ଟୀକାକରଣରେ ଯୁବ ସମାଜର ସକ୍ରୀୟ ଭୂମିକା ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମରେ ପ୍ରଗତି ସାହୁ ,ସରିତା ଭତ୍ରା ,ଅର୍ଜନା ବାରିକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଆମୋସ ହିଆଲ ,ଡି.ମୋନାଲିସା ପାତ୍ର ଏବଂ ଓଡିଶାର ବିଭିନ୍ନ ଅଂଚଳରୁ ଛାତ୍ରଛାତ୍ରୀମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ଅତିଥି ଅଧ୍ୟାପିକା ମିନତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.