Home ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆକ୍ରାନ୍ତ ହୋଇ ଚିକିତ୍ସା ଅବହେଳା କରି ଡାକ୍ତରଖାନାକୁ ଯାଇନଥିଲେ

କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆକ୍ରାନ୍ତ ହୋଇ ଚିକିତ୍ସା ଅବହେଳା କରି ଡାକ୍ତରଖାନାକୁ ଯାଇନଥିଲେ

77

ବଲାଙ୍ଗୀର/ଟିଟିଲାଗଡ଼ ୨୩-୦୪: (ଓଡ଼ିଆ ପୁଅ) ଟିଟିଲାଗଡ଼ ଉପଖଣ୍ଡ ଖାଲିଆପଡା ନିବାସୀ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଆଇସୋଲେସନରେ ଚିକିତ୍ସାଧିନ ଅବସ୍ଥାରେ ଗତ ଗୁରୁବାର ରାତି ୨ ଟା ରେ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ସେ କରୋନାରେ ଆକ୍ରାନ୍ତ ଥିବା ଜାଣିବା ସତ୍ବେ କୌଣସି ଔଷଧ ସେବନ ନ କରି ଘରେ ପ୍ରାୟ ୧୦ ଦିନ ଧରି ରହିଥିବା ବେଳେ ଗତ ଗୁରୁବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା କହିଥିଲେ। ତାଙ୍କୁ ପରିବାର ଲୋକେ ତୁରନ୍ତ ଟିଟିଲାଗଡ଼ ମୁଖ୍ୟ ସବ ଡିଭିଜିନାଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୨ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.