Home ଓଡ଼ିଶା ରଣପୁର ମୁଖ୍ୟ ଯାଗାରେ ସାନିଟାଇଜେସନ୍ ସ୍ପ୍ରେ

ରଣପୁର ମୁଖ୍ୟ ଯାଗାରେ ସାନିଟାଇଜେସନ୍ ସ୍ପ୍ରେ

183

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୪- ନୟାଗଡ ଜିଲ୍ଲା ରଣପୁର ଲକ୍‌ଡାଉନ୍ ର ଦଶମ ଦିନରେ ପୋଲିସ୍ ଓ ପ୍ରଶାସନ ତରଫରୁ କଡା ପଦକ୍ଷେପ ନିଆଯାଇଅଛି । ନୋଡାଲ ଅଫିସର୍ ତଥା ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଓ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ରଣପୁର ଅଂଚଳରେ ଥିବା ରଣପୁର ମୁସ୍‌ଲିମ୍ ସାହି, ବାମଡା, ନିଳପଲ୍ଲୀ ଓ ଗଡବାଣିକିଲୋରେ ଥିବା ମସ୍‌ଜିଦ୍ ରେ ପହଁଚି ସମସ୍ତ ମୌଲବୀ ମାନଙ୍କୁ ବୁଝାସୁଝା କରି ସମୁହ ନମାଜ ପାଠକୁ ବନ୍ଦ କରିଥିବା ଜଣା ପଡିଛି ।

ସେହିଭଳି ଭାବରେ ମଠ,ମନ୍ଦିରରେ ହେଉଥିବା ରାମନବମୀ ଯାତ୍ରାକୁ ବନ୍ଦ କରିଥିବା ଜଣା ପଡିଛି । ରଣପୁର ଏନ୍‌.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବି.ସି ଓ ଅଗ୍ନିଶମ ବାହିନୀର ଅଗ୍ନିଶମ ଅଧିକାରୀ ସରୋଜ କୁମାର ଦାଶ ପ୍ରମୁଖ ସ୍ଥାନ ରଣପୁର ପରିବା ମାର୍କେଟ୍ ଓ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ କରୋନା ଭାଇରସ୍ ହଟାଇବା ପାଇଁ ସାନିଟାଇଜେସନ୍ ସ୍ପ୍ରେ କରିଥିବା ଜଣା ପଡିଛି । ରଣପୁର ଲକ୍‌ଡାଉନ୍ କୁ ସଫଳ କରିବା ପାଇଁ ରଣପୁରଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ପ୍ରଶାସନ ଓ ପୋଲିସ୍ ପକ୍ଷରୁ କଡାକଡି ନିୟମ ପାଳନ କରାଯାଇଛି । ଇତି ମଧ୍ୟରେ ୨ଗୋଟି ମାମଲା ଋଜୁହେବା ସହ ଅମାନିଆ ମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଅଛି । ରଣପୁର ଜନସାଧାରଣ ଏହି ବନ୍ଦ ପାଳନକୁ ସଚେତନ ହୋଇ ସମର୍ଥନ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.