Home ଜିଲ୍ଲା ପରିକ୍ରମା ବାହାନଗା ‌ବ୍ଲକର ସମିତି ବୈଠକ , ଗଣମା‌ଧ୍ୟମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବାହାନଗା ‌ବ୍ଲକର ସମିତି ବୈଠକ , ଗଣମା‌ଧ୍ୟମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

49

ବାହାନଗା,୧୬ା୧୨(ଭାରତୀ ଦାସ / ଓଡ଼ିଆ ପୁୀଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରେ ପଞ୍ଚାୟତ ସମିତି ବୈଠକ ସମିତିର ଚେୟାରମ୍ୟାନ ସରସ୍ୱତୀ ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ସୋର ବିଧାୟକ ପପର୍ଶୁରାମ ଧଡ଼ା , ବାଲେଶ୍ୱର ସାଂସଦ ବ୍ଲକ ପ୍ରତିନିଧି ବୈରାଗୀ ବେହେରା, ୧୯ନଂ ଜୋନର ଜିଲ୍ଲାପରିସଦ ସଦସ୍ୟ ଶରତ ଚନ୍ଦ୍ର ରାଜ , ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ, ଏବିଡ଼ିଓ ମାନସ କୁମାର ଚୈଧୂରୀ , ଜିପିଇଓ ଜିତେନ୍ଦ୍ର ସାମଲ , ଏପିଓ କଳ୍ପନା ଦିକ୍ଷିତ, ଆଷ୍ଟାଣ୍ଡ ଇଞ୍ଜିନିୟର ଗୋପାଳ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସିନ ହୋଇ ନିଜନିଜର ବକ୍ତବ୍ୟ ଦେଇଥିଲେ । ପୂର୍ବ ବିବରଣୀ ପାଠ କରିଥିଲେ ଜିପିଇଓ ଜିତେନ୍ଦ୍ର ସାମଲ । ଏଥିରେ ଗ୍ରାମୀଣ ଗୃହ ନିର୍ମାଣ ଏମଜିଏନଆରଇଜିଏସ, ସାନିଟାଇଜ ଓ ପାନୀୟଜଳ ଯୋଗାଣ, ସାଧାରଣ ଖାଉଟି ବଣ୍ଟନ, ବିଦ୍ୟୁତ ଓ କୋଭିଡ଼୧୯ର ଆୟ ବ୍ୟୟ ସମ୍ବନ୍ଧରେ ଆଲୋଚନା ହୋଇ ଥିଲା । ଏଥିରେ ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନା ଆସିଥିଲେବି ତାହା କେହି ଅବଗତ ନଥିବା କହି ଥିଲେ ।ଉଦ୍ୟାନ ବିଭାଗକୁ ବ୍ଲକ ପରିସରରେ ସ୍ଥାନିତ କରିବାକୁ ପ୍ରସ୍ତାବ ଦିଆ ଯାଇ ଯୋଜନା ବାବଦରେ ସମସ୍ତଙ୍କୁ ଅବଗତ କରା ଯିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲ।। ପାନୀୟଜଳ ଠିକ ଭାବରେ ଯୋଗାଣ ହେଉ ନାହିଁ ଏବଂ ଓଭରହେଡ଼ ଟାଙ୍କିରୁ ଠିକ ଭାବରେ ଯୋଗାଣ ହେଉ ନାହିଁ ବୋଲି ଅଭିଯୋଗ ଆସିଥିଲା । ସ୍କୁଲ ଖୁଲିଲେ ପିଲାଙ୍କ ପାଇଁ ପାଇଖାନାରେ ପାଣି ଓ ସାନିଟାଇଜ ସୁ ବନ୍ଦୋବସ୍ତ କରିବା ପାଇଁ ମଧ୍ୟ ଦାବୀ ହୋଇ ଥିଲା । ବିଦ୍ୟୁତ ବିଭାଗର କାର‌୍ୟ୍ୟ ଠିକ ନାହିଁ ଖୁଣ୍ଟ ଠାରୁ ତାର ପର‌୍ୟ୍ୟନ୍ତ ଠିକ ଠାକ ନ ରହି ବରଦ୍ୟୁତ ସରବରାହ ହେଉଥିବାର ଅଭିଯୋଗ ଆସିଥିଲା । ସାଧାରଣ ଖାଉଟି ବଣ୍ଟନରେ ହିତାଧିକାରୀଙ୍କ ନାମ ଯୋଗ ଓ ବିୟୋଗ ବାବଦରେ ଆଲୋଚନା ହୋଇଥିଲା ।ବ୍ଲକର ୨୪ଟି ପଞ୍ଚାୟତକୁ ୩୩୫୪ଟି ନୂଆ ରେସନ କାର୍ଡ଼ ଟାର୍ଗେଟ ଅସିଥିବାର ଏମଆଇ ପ୍ରକାଶ କରିଥିଲେ । କୋଭିଡ଼ ୧୯ ବ୍ୟୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ଥିବା ବେଳେ ସରକାରଙ୍କ ତରଫରୁ ଅଣସ୍ତରୀ ଲକ୍ଷ ଟଙ୍କା ଆସିଥିବାର ଏବିଡ଼ିଓ ପ୍ରକାଶ କରିଥିଲେ । ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ରହି ସେମାନଙ୍କର ବିଭାଗୀୟ ଯୋଜନା ଓ ଜନ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ସବୁ ଆଲୋଚନା ପର‌୍ୟ୍ୟାଲୋଚନା ହୋଇ ସମସ୍ତ ରିଜୋଲେସନ କପି ପ୍ରତି ପଞ୍ଚାୟତକୁ ପ୍ରେରଣ କରିବାକୁ ଦାବୀ ହୋଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ବିଡ଼ିଓ ରଘୁନାଥ ପାଣିଗ୍ରାହୀ । କାର‌୍ୟ୍ୟକ୍ରମରେ ବିଇଓ ଶୁଭଲକ୍ଷ୍ମୀ ନାୟକ, ଆରଡବ୍ଲୁ ଏସଏସ ଜେଇ ମୀରାଲନ ପାତ୍ର, ଏମଆଇ ଏଲିନା ସାହୁ, କୃଷି ଅଧିକାରୀ ରଙ୍ଗନାଥ ପାତ୍ର, ବିଏସଏସଓ ପ୍ରସନ୍ନ କୁମାର ବାରିକ, ଇଲେକ୍ଟ୍ରି କାଲ ଏସଡିଓ ଶୁଭଦୀପ୍ତ ମିଶ୍ର ପ୍ରମୁଖଙ୍କ ସହ ୨୪ଟି ପଞ୍ଚାୟତରୁ ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଗଣମାଧ୍ୟମ ପ୍ରତିନିଧି ମାନ‌ଙ୍କୁ   ଅଣଦେଖା କରି  ବୈଠକ ବାବଦରେ କଣ ପାଇଁ ସୂଚନା ଦିଆ ଯାଇ ନଥିଲା ତାହା ସାଧାରଣରେ ଆଲୋଚ୍ୟ ବିଷୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.