Home ଜିଲ୍ଲା ପରିକ୍ରମା ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ ନେଇ କଂଗ୍ରେସର ପ୍ରେସମିଟ୍‌

ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ ନେଇ କଂଗ୍ରେସର ପ୍ରେସମିଟ୍‌

15

ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ଯଦୁପୁରର ୫ ବର୍ଷୀୟା ନାବାଳିକା ପରୀ ହତ୍ୟାକାଣ୍ଡ ୫ମାସ ପୁରିବାକୁ ଯାଉଥିଲେ ମଧ୍ୟ ଏଯାଏଁ ପର୍ଦ୍ଦାଫାସ୍ ହୋଇପାରୁନଥିଲାବେଳେ ଏବେ ରଣପୁର ବଧିପାଟଣାର ନିଷ୍ପାପ ଶିଶୁ ସ୍ୱାତୀର ହତ୍ୟ।। ଘଟରା ଜିଲାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କଂଗ୍ରେସ ଏକ ପ୍ରେସମିଟ୍‌ରେ ଅଭିଯୋଗ ଆଣିଛି। ପରିକୁ ନ୍ୟାୟ ପାଇଁ କଂଗ୍ରେସର ‘ପରିରଥ ପରିକ୍ରମା’ ଗତ ୧୩ ତାରିଖରୁ ଚାଲିଥିବାବେଳେ ଜିଲାପାଳ ଏହାକୁ ବନ୍ଦ ରଖିବାରୁ କଂଗ୍ରେସ ଅସନ୍ତୋଷ ପ୍ରକଟ କରିଛି। ଏହାକୁ ନେଇ ବୁଧବାର ପିଡବ୍ଲୁ ଡାକବଙ୍ଗଳରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ନିଜର କ୍ଷୋଭ ପ୍ରକାଶ କରିବା ସହିତ ଏହା ଅନ୍ୟାୟ ଏବଂ ଏଥିପାଇଁ ଜିଲା ପ୍ରଶାସନର ସ୍ଥାଣୁତାକୁ ନେଇ ପ୍ରଶ୍ନ କରିଛି। ପରିରଥ ପରିକ୍ରମାକୁ ଅନୁମତି ଦେବା ସହ ଜିଲାରେ ଚାଲିଥିବା ଅନ୍ୟାୟ ବିରୋଧରେ ଆସନ୍ତା କାଲିଠାରୁ ଏହାର ପ୍ରତିବାଦ କରିବ ବୋଲି କଂଗ୍ରେସର ଏହି ପ୍ରେସମିଟ୍‌ରେ କୁହାଯାଇଛି। ଏହି ପ୍ରେସ ମିଟ୍‌ରେ କଂଗ୍ରେସର ଜିଲା ପ୍ରଭାରୀ ନିଶୀକାନ୍ତ ମିଶ୍ର ଯୋଗଦେଇଥିଲାବେଳେ କେତେକ ଆଗ ଧାଡ଼ିର କଂଗ୍ରେସ ମୁଖିଆଙ୍କୁ ଏଥିରେ ଦେଖିବାକୁ ମିଳିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.