Home ଓଡ଼ିଶା ନକଲି ନମ୍ବର ପ୍ଲେଟ ଲଗାଇ ଖଣିରୁ ଲୁହା ପଥର ଚୋରା ଚାଲାଣ;୨ ଟ୍ରକ ଜବତ, ୩...

ନକଲି ନମ୍ବର ପ୍ଲେଟ ଲଗାଇ ଖଣିରୁ ଲୁହା ପଥର ଚୋରା ଚାଲାଣ;୨ ଟ୍ରକ ଜବତ, ୩ ଗିରଫ

367

ଯୋଡା – ୦୮/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ଟି.ପି. ସାହୁ ଖଣିରୁ ୫/୧୮ ସାଇଜ ଲୁହାପଥର ଚୋରା ଚାଲଣ ହେଉଥିବାର ସମୟରେ ରୁଗୁଡି ପୁଲିସ ୨ଟି ଟ୍ରକକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ୩ ଜଣ ହେଲେ ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ଜୟଦେବ ମୁଦି, ସମିର ବାରୱି ଓ ଝାରଖଣ୍ଡ ଅଞ୍ଚଳର ନିଆଜ ଅନଶାରୀ । ସେମାନଙ୍କ ନିକଟରୁ ୧୫ହଜାର ୬ଶହ ଟଙ୍କା ଏବଂ ତିନୋଟି ମୋବାଇଲ ଫୋନ ଜବତ କରିଥିବା ପୁଲିସ ସୂଚନା ଦେଇଛି । ଏହି ୩ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା । ଜବତ ୨ଟି ଟ୍ରକରେ ନକଲି ନମ୍ବର ପ୍ଲେଟ ଲଗାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଉକ୍ତ ଟ୍ରକରେ ୫୫ ମେଟ୍ରିକ ଟନ୍ ଲୁହାପଥର ବୋଝେଇ ହୋଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ହେବ ବୋଲି ପୁଲିସ ସୁଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.