Home ଜିଲ୍ଲା ପରିକ୍ରମା ବାସୁଦେବପୁରରୁ ଆରମ୍ଭ ହେଲା ଟୀକାକରଣ , ସମସ୍ତ ଟୀକା ଗ୍ରହଣକାରୀ ସୁସ୍ଥ

ବାସୁଦେବପୁରରୁ ଆରମ୍ଭ ହେଲା ଟୀକାକରଣ , ସମସ୍ତ ଟୀକା ଗ୍ରହଣକାରୀ ସୁସ୍ଥ

28

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସମଗ୍ର ରାଜ୍ୟରେ କୋଭିଡ଼୍ -୧୯ର ଟୀକାକରଣ ଆରମ୍ଭ ହୋଇଛି । ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏହାର ଶୁଭାରମ୍ଭ କରିଛନ୍ତି । ଭଦ୍ରକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ବାସୁଦେବପୁର ସିଏଚ୍‌ସି ଠାରେ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅନ୍ୟ ଅଧିକାରୀଙ୍କ ସହିତ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇଥିଲେ । ଆଜି ଜିଲ୍ଲାର ୩ଟି କେନ୍ଦ୍ରରେ ଟୀକା ଦେବା କାର୍ଯ୍ୟ କରାଯାଇଛି । ବାସୁଦେବପୁର ସିଏଚ୍‌ସି ବ୍ୟତୀତ ବରପଦା ସିଏଚ୍‌ସି ଏବଂ ଭଦ୍ରକ ପୌରପାଳିକାର କୁଆଁସ ଗ୍ରାମରେ ଥିବା ଟୀକାଦାନ କେନ୍ଦ୍ରରେ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟୀକା ଦିଆ ଯାଇଛି । ବାସୁଦେବପୁରଠାରେ ଅନୁଷ୍ଠିିତ ଟୀକାଦାନ କାର୍ଯ୍ୟକୁ ଜିଲ୍ଲପାଳ ଡ. ଦାସଙ୍କ ସମେତ ଏସ୍‌ଆର୍‌ସି ଟିମ୍ ଲିଡର ଡ. ଦୀନବନ୍ଧୁ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ବିଡିଓ ପ୍ରଣବ ପ୍ରକାଶ ବେହେରା, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, କୁଆଁସ ଟୀକାଦାନ କେନ୍ଦ୍ରରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ବରପଦା ସିଏଚ୍‌ସିଠାରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ରହି ଟୀକାଦାନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପ୍ରତି ଟୀକାଦାନ କେନ୍ଦ୍ରରେ ୧୦୦ ଜଣ ଲେଖାଏ ହିତାଧିକାରୀଙ୍କୁ ଟୀକା ଦିଆ ଯାଇଛି । ତେବେ ଟୀକା ଗ୍ରହଣ କରିବା ପରେ କୌଣସି ହିତାଧିକାରୀଙ୍କଠାରେ ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.