Home ଜିଲ୍ଲା ପରିକ୍ରମା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ମାନିଲେନି ବିଡିଓ ଓ ପଞ୍ଚାୟତ ଅଧିକାରୀ, ଗାଁ ସାଥୀ ସଂଘର ଧାରଣା...

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ମାନିଲେନି ବିଡିଓ ଓ ପଞ୍ଚାୟତ ଅଧିକାରୀ, ଗାଁ ସାଥୀ ସଂଘର ଧାରଣା ଚେତାବନୀ

60

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ମାନିଲେନି ବିଡିଓ କିମ୍ବା ପଞ୍ଚାୟତ ଅଧିକାରୀ । ଏଣୁ ମନରେଗାରେ ନିୟୋଜିତ ଗାଁ ସାଥୀଙ୍କ ସମସ୍ୟା ଅସମାହିତ ରହିଗଲା । ଦୀର୍ଘ ୧୩ ବର୍ଷ ଧରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ରେ ଜିଲାରେ କାର୍ଯ୍ୟରତ ୧୮୫୯ ଜଣ ଗ୍ରାମସାଥୀଙ୍କୁ ନ୍ୟାୟ ଦେବାରେ ପ୍ରଶାସନ ବିଫଳ ହୋଇଛି । ଏଣୁ ଆସନ୍ତା ୧୮ ତାରିଖରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଗାଁ ସାଥୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗାଁ ସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସାଧାରଣ ସଂପାଦକ ଲକ୍ଷ୍ମୀଧର ବିଶ୍ୱାଳ ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଯେ ୩ ମାସ ତଳେ ଗାଁ ସାଥୀମାନେ ବିଭିନ୍ନ ଦାବି ନେଇ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ସଂଘ ସହିତ ଆଲୋଚନାହ କରିଥିଲେ । ପରେ ପ୍ରକଳ୍ପ ନିର୍ଦ୍ଦେଶକ ଗତ ନଭେମ୍ବର ୧୭, ଡିସେମ୍ବର ୯ ଓ ଏହି ମାସ ଗତ ୫ ତାରିଖରେ ୩ଟି ଚିଠି ଜିଲାର ସମସ୍ତ ବିଡିଓମାନଙ୍କୁ ପଠାଇଥିଲେ । ମାସରେ ସର୍ବନିମ୍ନ ୧୦ଦିନ ଗାଁ ସାଥୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ଦ୍ଦେଶନାମା କେବଳ କାଗଜ କଲମରେ ସୀମିତ ଥିଲା । ବ୍ଲକ୍ ଓ ପଞ୍ଚାୟତସ୍ତରରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାନାହିଁ । ଏଣୁ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଲା ବୋଲି କୁହାଯାଇଛି । ଜାନୁଗଞ୍ଜ ଦୁର୍ଗାମଣ୍ଡପସ୍ଥିତ ସଂଘ କାର୍ଯ୍ୟାଳୟଳରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗାଁ ସାଥୀ ସଂଗଠକ ପ୍ରମୋଦ ସାମଲ, ଅକ୍ଷୟ ଜେନା, ନନ୍ଦକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.