Home ଜିଲ୍ଲା ପରିକ୍ରମା ବାଳିକା ଆତ୍ମ ରକ୍ଷା କୌଶଳା ପ୍ରଶିକ୍ଷଣ ଶିବର ଉଦ୍‌ଘାଟିତ

ବାଳିକା ଆତ୍ମ ରକ୍ଷା କୌଶଳା ପ୍ରଶିକ୍ଷଣ ଶିବର ଉଦ୍‌ଘାଟିତ

141

ଯାଜପୁର ୨୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ କାହ୍ନୁଚରଣ ଜୁନିୟର ମହାବିଦ୍ୟାଳୟରେ ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବର ଉଦ୍‌ଘାଟିତ ହୋଇଛି । ୧୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରକୁ ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଶିକ୍ଷାବିତ୍ ସଚ୍ଚିଦାନନ୍ଦ ରାଉତ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲୋ । ଅନୁଷ୍ଠିତ ଶିବର ବିଭାଗୀୟ ସଂଯୋଜକ ତଥା କ୍ରିଡା ଶିକ୍ଷକ ମନ୍ମଥ ଜେନାଙ୍କ ତତ୍ୱାବଧନାରେ ଜୁନିୟର ମହାବିଦ୍ୟାଳୟର ୧୫୭ଜଣ ଛାତ୍ରୀ ପ୍ରଶିକ୍ଷଣ ପାଇଁ ସାମିଲ ହୋଇଥିଲା ବେଳେ ସନ୍ତୋଷିରାଣୀ ପଣ୍ଡା ଓ ଜ୍ୟୋସ୍ୱାରାଣୀ ନନ୍ଦ ପ୍ରମୁଖ ଦୁଇଜଣ ତାଲିକମପ୍ରାପ୍ତ ପ୍ରଶିକ୍ଷିକା ପ୍ରଶିକ୍ଷଣ ଦେଇଥିଲେ । ଶିବିର ଉଦ୍‌ଘାଟନ ଅବସରରେ ଏକ ସଭା ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟଅତିଥିଭାବେ ଉଦ୍‌ଘାଟକ ଶ୍ରୀ ରାଉତ ଯୋଗ ଦେଇ ବିପଦ ଆସିଲେ ବାଳିକମାନେ କିପରି ତାହକୁ ପ୍ରତିହତ କରିପାରିବେ ସେନେଇ ଉପାଦେୟ ବକ୍ତବ୍ୟମାନ ପ୍ରଦାନ କରିଥିଲୋ । ବକ୍ତାଭାବେ ସଂପୃକ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମୋହନ ଚରଣ ଖୁଣ୍ଟିଆ ଯୋଗଦେଇଥିଲା ବେଳେ କ୍ରୀଡାଶିକ୍ଷକ ତଥା ସଂଯୋଜକ ଶ୍ରୀ ଜେନା ଶିବରର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଅନିଲ କୁମାର ସାହୁ, ବିରଞ୍ଚି ନାରାୟଣ ଦାସ, ରବିନ୍ଦ୍ର କୁମାର ବିଶ୍ୱାଳ, ବିକ୍ରମ କେଶରୀ ପାତ୍ର, ରଞ୍ଜନ କୁମାର ସାହୁ, କୈଳାଶ ଚନ୍ଦ୍ର ରାଉତ, ଅଜୟ କୁମାର ସାହୁ, ଅରୁଣ କୁମାର ସ୍ୱାଇଁ, ବିଷ୍ଣୁ ଚରଣ ପାଢୀ, ଜଗନ୍ନାଥ ମହାନ୍ତି, ଅଧ୍ୟାପିକା ଉମା ମହାନ୍ତି, ଭାଗବତ ପ୍ରସାଦ ମହାନ୍ତି, ପ୍ରତାପ ପ୍ରତିହାରୀ, ଦେବେନ୍ଦ୍ର ବେହେରା, ଦିଗାମ୍ବର ସାହୁ, ରବିନ୍ଦ୍ର କୁମାର ପରିଡା, ରାଜେନ୍ଦ୍ର କୁମାର ବେହେରା, ବାସନ୍ତି ବେହେରା ଓ ବାସନ୍ତି ପଟ୍ଟନାୟକ ପ୍ରମୁଖ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ ବିଭାଗର ସଂଯୋଗକ ଅଧ୍ୟାପକ ମାୟାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.