Home ଓଡ଼ିଶା ନିତିନ ଗଡକରୀ କହିଲେ- ୧ ଡିସେମ୍ବରରୁ ଟୋଲରେ ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ, ସେ...

ନିତିନ ଗଡକରୀ କହିଲେ- ୧ ଡିସେମ୍ବରରୁ ଟୋଲରେ ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ, ସେ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାଷ୍ଟାଗ୍

388

ନୂଆଦିଲ୍ଲୀ ୨୧-୧୧ (ଓଡ଼ିଆ ପୁଅ) ୧ ଡିସେମ୍ବର ୨୦୧୯ ରୁ ସମସ୍ତ ରାଜମାର୍ଗ ଉପରେ ଥିବା ଟୋଲ ପ୍ଲାଜାର ସମସ୍ତ ଲେନ ଫାଷ୍ଟାଗ୍ (Fastag)ସହ ଯୋଡ଼ାଯିବ। କେନ୍ଦ୍ରୀୟ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଲେଯେ, ୧ ଡିସେମ୍ବରରୁ ଟୋଲରେ ରୋକି ସମୟ ନଷ୍ଟ କରିବା ଆବଶ୍ୟକ ନାହିଁ। ସେ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାଷ୍ଟାଗ୍। ଏନେଇ ପ୍ରେସ କନ୍ଫ୍ରେଂସ ରେ କହିଲେ କି ୧ ଡିସେମ୍ବର ୨୦୧୯ ରୁ ଟୋଲ ପ୍ଲାଜାରେ ଫାଷ୍ଟାଗ୍ ଅନିବାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଫାଷ୍ଟାଗ୍ ଫ୍ରିରେ ଯୋଗାଇ ଦିଆଯାଉଛି। ଫାଷ୍ଟାଗ୍ (Fastag) ର ସିକ୍ୟୁରିଟୀର ଦର ୧୫୦ ଟଙ୍କା ଅଟେ। କିନ୍ତୁ ୧ ଡିସେମ୍ବର ପର୍ଯ୍ୟନ୍ତ ଫ୍ରି ରେ ଦିଆଯିବ। ସେ କହିଛନ୍ତି କି ୧୫୦ ଟଙ୍କା ସିକ୍ୟୁରିଟୀ ଟଙ୍କା ସରକାର ଦେଉଛନ୍ତି। ଦେଶରେ ରାଷ୍ଟ୍ରୀୟ ରାଜମାର୍ଗଗୁଡ଼ିକ ଉପରେ ସର୍ବମୋଟ ୫୨୭ ଟୋଲ ପ୍ଲାଜା ଅଛି, ଯେଉଁଥିରୁ ୩୮୦ ଟୋଲ ପ୍ଲାଜା ର ସମସ୍ତ ଲେନ ଫାଷ୍ଟାଗ୍ ଯୁକ୍ତ ହୋଇଛସାରିନ୍ତି। ବାକୀ ଲେନଗୁଡ଼ିକୁ ମଧ୍ୟ ଫାଷ୍ଟାଗ୍ ସହିତ ସଂଯୋଗ କରାଯାଉଛି।

ଫାଷ୍ଟାଗ୍ (Fastag) କ’ଣ?

FASTag ବାହନପାଇଁ ଏକ ପ୍ରିପେଡ ଟ୍ୟାଗ ସୁବିଧା ଅଟେ। ଏହା ଫଳରେ ଆପଣଙ୍କର ଟୋଲ ପ୍ଲାଜା ଉପରେ ବିନା ରୋକି ଏବଂ ସମୟ ନଷ୍ଟନକରି ଗାଡ଼ି ଚଲାଇପାରିବେ। ଏଥିରେ ରେଡିଓ ଫ୍ରିକ୍ଵେଂସୀ ଆଇଡେଣ୍ଟିଫିକେଶନ (RFID) ର ବ୍ୟବହାର ହୋଇଥାଏ।

ଥରେ ଯଦି ଆପଣଙ୍କ FASTag ଆକ୍ଟିବ ହୋଇଯିବ ତେବେ ଆପଣ ଏଥିରେ ଗାଡ଼ିର କାଚରେ ଲଗାଇପାରିବେ। ତା’ ପରେ ଟୋଲ ପ୍ଲାଜାରେ ପହଁଚିବାକ୍ଷଣି ତାହା ନିଜକୁ ନିଜେ ନ୍ୟାସନାଲ ହାଇୱେଜ ଅଥୋରିଟି ଑ଅଫ ଇଣ୍ଡିଆର ପେମେଣ୍ଟ ୱାଲେଟ ସହ ଲିଙ୍କ ହୋଇଯିବ ଏବଂ ଆପଣଙ୍କ ପାଖରେ ଥିବା ଆକାଉଣ୍ଟରୁ ଟୋଲ ଟଙ୍କା କଟିଯିବ।

୧ ଡିସେମ୍ବର ପରେ ଫାଷ୍ଟାଗ୍ କିଣିବା ପାଇଁ କ୍ରେତାମାନଙ୍କୁ ପଇସା ଦେବାକୁ ପଡ଼ିବ। ନିତିନ ଗଡକରୀ କହିଛନ୍ତିଯେ ୧ ଡିସେମ୍ବର ପରେ ଫାଷ୍ଟାଗ୍ ନେବା ପାଇଁ ଟଙ୍କା ଲାଗିବ। ୫୩୭ ରୁ ୧୭ କୁ ଛାଡ଼ିକରି ସମସ୍ତ ଟୋଲ ପ୍ଲାଜା ଫାଷ୍ଟାଗ୍ ହୋଇସାରିଥିବ। ୧୭ଟି ପ୍ଲାଜା ଏବେ ନୂଆ ସେଗୁଡ଼ିକ ମଧ୍ୟ ଧୀରେ ଧୀରେ ହୋଇଯିବ।

ଏହି ନମ୍ବରରେ ମିଳିବ ଫାଷ୍ଟାଗ୍ ର ସୂଚନା- ନିତିନ ଗଡକରୀ ନେ କହିଲା କି ଫାଷ୍ଟାଗ୍ ଟୋଲଫ୍ରି ନମ୍ବର ୧୦୩୩ ରୁ ସୂଚନା ମିଳିପାରିବ। ଦିଲ୍ଲୀ ଏନସିଆରର ୫୦ଟି ପେଟ୍ରୋଲ ପମ୍ପରେ ମଧ୍ୟ ଫାଷ୍ଟାଗ୍ ଉପଲବ୍ଧ। ଫାଷ୍ଟାଗ୍ କୁ ଜିଏସଟି ସହିତ ଯୋଡ଼ିବାକୁ ମଧ୍ୟ ଯୋଜନା ହେଉଛି।

ସାଧାରଣ ଲୋକଙ୍କୁ ହେବ ଫାଇଦା – ଗଡକରୀ କହିଲେ ୧୦୦ପ୍ରତିଶତ ଫାଷ୍ଟାଗ୍ ଲାଗୁ ହେବାପାଇଁ ପରେ କୋଟିକୋଟିଟଙ୍କାର ସଞ୍ଚୟ ହେବ। ପ୍ରଦୂଷଣ କମ ହେବ, ସମୟର ସଞ୍ଚୟ ହେବ ଏବଂ ଟୋଲ କଲେକ୍ସନରେ ପାରଦର୍ଶିତା ଆସିବ। ଏନଏଚଏଆଇର ଟୋଲ କଲେକ୍ସନ ଆସନ୍ତା ଦୁଇ ବର୍ଷରେ ୩୦ ହଜାର କୋଟି ଟଙ୍କା ହେବାର ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.