Home କେନ୍ଦୁଝର ବାଲ୍ୟ ବିବାହ ରୋକିଲା ପ୍ରଶାସନ

ବାଲ୍ୟ ବିବାହ ରୋକିଲା ପ୍ରଶାସନ

143

ହାଟଡିହି- ୨୫ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସଂପ୍ରତି କରୋନା କଟକଣା ସମୟରେ ସ୍କୁଲ ଗୁଡିକ ବନ୍ଦ ଥିବାକାରଣରୁ ବାଲ୍ୟ ବିବାହ ଘଟଣା ବଢ଼ିବଢ଼ି ଚାଲିଛି । ଲୋକମାନଙ୍କୁ ବାଲ୍ୟ ବିବାହ ନ କରାଇବା ପାଇଁ ଯେତେ ପ୍ରକାର ସଚେତନ କଲେ ମଧ୍ୟ ବାପା ମା ମାନେ ଏହାକୁ ନମାନି ବାଲ୍ୟ ବିବାହ କରାଉଛନ୍ତି । ଏହିପରି ଏକ ବାଲ୍ୟ ବିବାହକୁ ପ୍ରଶାସନ ରୋକିବା ସହିତ ବରଘରୁ କନ୍ୟାକୁ ପୁଣି ବାପଘରକୁ ଫେରାଇ ଦିଆଯାଇଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ନୁଆରମ୍ପାସ ଗ୍ରାମର ଲକ୍ଷ୍ମୀଧର ସେନାପତିଙ୍କ ପୁଅ ପରମାନନ୍ଦ ସେନାପତି ତେମଳା ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ବିବାହ କରୁଥିବା ନେଇ ଗ୍ରାମର କେହି ବ୍ୟକ୍ତି ୧୦୯୮ଟୋଲ ଫ୍ରି ନମ୍ବରକୁ ଫୋନ କରି ଜଣାଇଥିଲେ । ଏ ସମ୍ପର୍କରେ ସୁଚନା ପାଇବାପରେ ଆନନ୍ଦପୁର ଚାଇଲଡ ଲାଇନ ଉପକେନ୍ଦ୍ର ସଦସ୍ୟମାନେ ତୁରନ୍ତ ଏ ସମ୍ପର୍କରେ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ତଥା ସମନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରିଣୀଙ୍କୁ ସୁଚନା ଦେଇଥିଲେ । ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ସରସ୍ୱତୀ ସେଠୀଙ୍କ ନେତୃତ୍ୱରେ ନନ୍ଦିପଦା ଥାନା ଏଏସଆଇ ଚନ୍ଦ୍ର ଶେଖର ସିଂ, ଚାଇଲଡ ଲାଇନର ଟିମ ଲିଡର ନରେନ୍ଦ୍ର ପରିଡା, ଭାଗିରଥି ଦାଶ, ଆନନ୍ଦ ସାହୁ ପ୍ରମୁଖ ତେମଳ ଗ୍ରାମରେ ପହଞ୍ଚିବା ବେଳକୁ ବିଭାଘର ସାରି ବରକନ୍ୟା ନୁଆରମ୍ପାସ ଗ୍ରାମକୁ ଫେରିଆସିଥିବା ଜାଣିବାକୁ ପାଇଥିଲେ । ଫଳରେ ଟିମର ସଦସ୍ୟମାନେ ନୁଆରମ୍ପାସ ଆସି ଲକ୍ଷ୍ମୀଧର ସେନାପତିଙ୍କ ଘରେ ପହଞ୍ଚିଥିଲେ । ମାତ୍ର ବର ପରମାନନ୍ଦ ଏମାନଙ୍କୁ ଦେଖି କେଉଁଆଡେ ଫେରାର ହୋଇଯାଇଥିଲା । ଦୀର୍ଘ ସମୟ ଅପେକ୍ଷା କରିବାପରେ ବର ନଫେରିବାରୁ ପଞ୍ଚାୟତର ସମିତିସଭ୍ୟା, ଗ୍ରାମର କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନେଇ ଏକ ବୈଠକ ବସି ନା ବାଳିକା ବଧୁ ଜଣକ ନିଜ ବାପା ସହିତ ନିଜ ଘରକୁ ଫେରିଯିବ ଓ ୧୮ବର୍ଷ ପୁରଣ ହେଲେ ବିବାହ ଦେବାର ନିଷ୍ପତି ହୋଇଥିଲା । ପରେ ନାଁ ବାଳିକାକୁ ତାର ବାପାଙ୍କ ଜିମା ଦିଆଯାଇଥିଲା । ଏଥିରେ ଅଙ୍ଗନବାଡି କର୍ମୀ ରଶ୍ମିତା ଓଝା, ପ୍ରୀୟଙ୍କା ପ୍ରୀୟଦର୍ଶନୀ ସହିତ ଗ୍ରାମର ବହୁ ମୁରବୀ ଶ୍ରେଣୀୟ ଲୋକମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.