Home କେନ୍ଦୁଝର ବୈତରଣୀ ନଦୀର ନୁଆଗାଁ ଘାଟରୁ ବେ ଆଇନି ବାଲି ଉତ୍ତୋଳନକୁ ନେଇ ଉତ୍ତେଜନା, ତହସିଲଦାରଙ୍କୁ ଦାବିପତ୍ର

ବୈତରଣୀ ନଦୀର ନୁଆଗାଁ ଘାଟରୁ ବେ ଆଇନି ବାଲି ଉତ୍ତୋଳନକୁ ନେଇ ଉତ୍ତେଜନା, ତହସିଲଦାରଙ୍କୁ ଦାବିପତ୍ର

48

ହାଟଡିହି- ୨୫ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଆଇତିପୁର ପଞ୍ଚାୟତ ନୁଆଗାଁ ବୈତରଣୀ ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯିବାକୁ ନେଇ ନୁଆଗାଁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ କିଛି ଯୁବକ ଏନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଶଣ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମର କିଛି ମୁଷ୍ଟିମେୟ ଲୋକ ଟ୍ରାକ୍ଟର ଓ ୪୦୭ ମିନିଟ୍ରକ ଯୋଗେ ଦୈନିକ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି । ସେମାନଙ୍କ ସୁବିଧା ପାଇଁ ମରୈଗାଁ ଛତାବର ନଦୀବନ୍ଧ କଡେ କଡେ ଏହି ବାଲିକୁ ଗଚ୍ଛିତ କରି ବିକ୍ରୀ କରୁଛନ୍ତି । ଯାହାଦ୍ୱାରାକି ଗାଁ ରାସ୍ତା ଖରାପ ହେବା ସାଙ୍ଗକୁ ନଦୀବନ୍ଧରେ ଯାତାୟତ କରିବାରେ ନାନା ଅସୁବିଧା ଉପୁଜୁଛି । ଏନେଇ ଗାଁ ଲୋକମାନେ ବିରୋଧ କରିବାରୁ ବାଲି ମାଫିଆମାନେ ଗାଁ ଲୋକଙ୍କୁ ଆକ୍ରମଣ କରିବାକୁ ପଛେଇ ନାହାନ୍ତି । ଏପରିକି ଜୀବନରେ ମାରିଦେବାକୁ ମଧ୍ୟ ଧମକ ଚମକ ଦେଉଛନ୍ତି । ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରି ଆଜି ଗାଁର ବିଜୟ କୁମାର ବାରିକ, ସାପସ କୁମାର ବେହେରା, ସୌମ୍ୟ ରଞ୍ଜନ ନାୟକ, ତପନ କୁମାର ସାହୁ, ଚନ୍ଦନ କୁମାର ବାରିକ, ଜିତେନ୍ଦ୍ର ବେହେରା, ଅମରେଶ ବେହେରା, ବିଶ୍ୱରଞ୍ଜନ ବେହେରା, ସତ୍ୟ ରଞ୍ଜନ ଜେନା, ଅଭୟ କୁମାର ବାରିକ, ସାସ୍ୱତ ରାଉତ ପ୍ରମୁଖ ଯୁବକମାନେ ଆଜି ତହସିଲଦାରଙ୍କୁ ଦାବିପତ୍ର ଦେବା ସହିତ ଏହି ବାଲିଘାଟ ବନ୍ଦ କରି ସେମାନଙ୍କ ଗଚ୍ଛିତ ବାଲିକୁ ଜବଦ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.