Home କେନ୍ଦୁଝର ବାତ୍ୟା ‘ୟାସ’ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ (ଫଟୋ)

ବାତ୍ୟା ‘ୟାସ’ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ (ଫଟୋ)

85

ହାଟଡିହି- ୨୫ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହା ୨୫ତାରିଖ ସୁଧା ଉପକୁଳ ଛୁଇଁବ ବୋଲି ପାଣିପାଗ ବିଭାଗ ସତର୍କ କରାଇବାପରେ ହାଟଡିହି ବ୍ଲକ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ବିଶେଷତଃ ବାଲେଶ୍ୱର ଜିଲ୍ଲାରେ ଏହା ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏହାଦ୍ୱାରା ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝରରେ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଉଛି । ହାଟଡିହି ବ୍ଲକଟି ଭଦ୍ରକ, ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାର ସଂଲଗ୍ନ ଥିବାରୁ ଏହି ବ୍ଲକରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହାଟଡିହି ବ୍ଲକରେ ଏକ ସମୀକ୍ଷା ବୈଠକ କରିବା ସହ ବିଭିନ୍ନ ଅଞ୍ଚଳ ଗ୍ରସ୍ତକରି ପ୍ରାକପ୍ରସ୍ତୁତିର ତଦାରଖ କରିଥିଲେ । ବ୍ଲକରେ ଅନୁଷ୍ଠିତ ବୈଠକରେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର ନାଥ ମଲ୍ଲିକ ,ହାଟଡିହି ବିଡିଓ ବିନିତା ବିଜୟିନୀ, ହାଟଡିହି ତହସିଲଦାର କିର୍ତ୍ତନ ବିହାରୀ ଓଝା, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ପ୍ରମୁଖ ଯୋଗଦେଇଥିଲେ । ଏହି ବ୍ଲକର ୩୧ଟି ଯାକ ପଞ୍ଚାୟତକୁ ସତର୍କ ସୁଚନା ଦିଆଯାଇଥିବାବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ , ପିଇଓ ମାନଙ୍କୁ ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଛି । ବିଶେଷକରି ଚାଳଛପର ଘରେ ବସବାସ କରୁଥବବା ଲୋକମାନଙ୍କୁ ନିଟସ୍ଥ ସ୍କୁଲ ମାନଙ୍କୁ ଅଣାଯାଇ ସୁରକ୍ଷିତ ସ୍ଥାନରେ ରଖିବା ସହିତ, ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଓ ଆସନ୍ନପ୍ରସବା ମହିଳା ମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବିଶେଷକରି ୭/୮ଘଣ୍ଟା ଧରି ଯେଉଁ ବର୍ଷା କି ପବନ ହେବ ସେ ସମସୟଟି ସମସ୍ତଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ । ବାତ୍ୟା ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଉଦ୍ଧାରକାର‌୍ୟ୍ୟ ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ସହିତ ଗୋଟିଏ ଓଡ୍ରାଫ୍ଟ ଟିମ ଓ ଗୋଟିଏ ଏନଡିଆରଏଫ ଟିମ ପ୍ରସ୍ତୁତ ଥିବା ନେଇ ଜିଲ୍ଲାପାଳ ସୁଚନା ଦେଇଛନ୍ତି । ପ୍ରତି ସ୍କୁଲ ଗୁଡିକୁ ଖୋଲା ରଖିବାକୁ ବିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ସେହିପରି ଓଡ୍ର୍ରାଫ୍ଟ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ସମୟରେ କିପରି ଉଦ୍ଧାରକାର‌୍ୟ୍ୟ କରାଯିବ ସେନେଇ ପ୍ରସ୍ତୁତି କରାଯାଇଛି । ବିଶେଷକରି ଚାଳଛପର ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ସହିତ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ଆସନ୍ନପ୍ରସବା ମହିଳା, ଶିଶୁ ମାନଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ହାଟଡିହି ବ୍ଲକରେ ମୋଟ ୬ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରାକ ଆକଳନ କରାଯାଇଥିବା ବ୍ଲକ ପକ୍ଷରୁ ସୁଚନା ଦିଆଯାଇଛି । ଆସନ୍ତାକାଲି ସ୍ଥାନାନ୍ତର ପ୍ରକ୍ରୀୟା କରାଯିବ ବୋଲି ସୁଚନା ଦିଆଯାଇଛି । ସ୍ଥାନାନ୍ତର ଲୋକମାନେ ଆଶ୍ରୟସ୍ଥଳୀ ମାନଙ୍କରେ ଯେପରି କୋଭିଡ ଗାଇଡଲାଇନ ଅନୁଯାଇ ରହିବେ ସେନେଇ ଯତ୍ନବାନ ହେବାକୁ ପଞ୍ଚାୟତ କର୍ତ୍ତୁପକ୍ଷ ଓ ନୋଡାଲ ଅଫିସର ମାନଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.