Home କେନ୍ଦୁଝର ବାଲ୍ୟ ବିବାହ ରୋକିବାକୁ ଯାଇ ଫେରିଲେ ବିଭାଗୀୟ ଅଧିକାରୀ

ବାଲ୍ୟ ବିବାହ ରୋକିବାକୁ ଯାଇ ଫେରିଲେ ବିଭାଗୀୟ ଅଧିକାରୀ

72

ହାଟଡ଼ିହି,୧୨ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବାଲ୍ୟ ବିବାହ କରାଯିବା ଏକ ଅପରାଧ । ଏଥିପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି । କିନ୍ତୁ କିଛି ଲୋକ ଏହି ଆଇନିକୁ ଠିକଭାବେ ପାଳନ ନକରି କେତେକ ପରିସ୍ଥିତିରେ ପଡି ଲୁଚାଛପାରେ ବାଲ୍ୟ ବିବାହ କରାଇବାକୁ ବାଧ୍ୟ ହେଉଛନ୍ତି । ଆଜି ସମଣା ପଞ୍ଚାୟତର ବରାଙ୍ଗ ଗ୍ରାମରେ ଏକ ବାଲ୍ୟ ବିବାହ ହେଉଥିବା ଖବରପାଇ ବାଲ୍ୟ ବିବାହ ନିରୋଧ ଅଧିକାରିଣୀ, ଚାଇଲଡ ଲାଇନ ସଦସ୍ୟ ଓ ପୁଲିସ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ନିରାଶରେ ଫେରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ନନ୍ଦିପଦା ଅଧିନସ୍ଥ ସମଣା ପଞ୍ଚାୟତ ବରାଙ୍ଗ ଗ୍ରାମରେ ଆଜି ଏକ ବାଲ୍ୟ ବିବାହ ହେଉଥିବା ଚାଇଲଡ ଲାଇନ ଜାଣିବାକୁ ପାଇଥିଲା । ଝିଅର ବୟସ ୧୫ବର୍ଷ ହୋଇଥିବାବେଳେ ବାପା ମା ତାକୁ ଆଜି ବିବାହ ଦେଉଥିବା ସୁଚନା ମିଳିଥିଲା । ଏନେଇ ଆନନ୍ଦପୁର ଚାଇଲଡ ଲାଇନ କର୍ତ୍ତୁପକ୍ଷ ବାଲ୍ୟବିବାହର ନିରୋଧ ଅଧିକାରିଣୀ ତଥା ସିଡିପିଓଙ୍କୁ ଅବଗତ କରାଇବାପରେ ସେମାନେ ନନ୍ଦିପଦା ପୁଲିସକୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଯାଇଥିଲେ । କିନ୍ତୁ ସେମାନେ ଯାଉଥିବା ଖବର ପାଇ ଝିଅର ବାପା ମା ଝିଅକୁ ଅନ୍ୟତ୍ର ନେଇଯାଇ ଲୁଚାଇ ରଖିଥିଲେ । ଅଧିକାରୀମାନେ ଦୀର୍ଘସମୟ ପର୍ଯ୍ୟନ୍ତ ଝିଅର ବାପା ମାଙ୍କୁ ବାଲ୍ୟ ବିବାହ ନକରାଇବାକୁ ବହୁତ ବୁଝାସୁଝା କରି ଫେରି ଆସିଥିବା ଜଣାଯାଇଛି । ଉକ୍ତ ବ୍ୟକ୍ତିଙ୍କ ୪ଝିଅ ଓ ଗୋଟିଏ ପୁଅ ଥିବାବେଳେ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ କିପରି ଗୋଟିଏ ଗୋଟିଏ ଝିଅ ବିଭାଘର ସାରି ନିଜ ମୁଣ୍ଡ ଉପରୁ ଦାୟିତ୍ୱ ହଟାଇବେ ସେନେଇ ଝିଅର କମ ବୟସ ହୋଇଥିଲେ ମଧ୍ୟ ବିଭାଘର ପାଇଁ ବରପାତ୍ର ଯୋଗାଡ କରି ବାହାଘର ପାଇଁ ଲାଗିପଡିଥବବା ଜଣେ ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.