Home କେନ୍ଦୁଝର ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

133

ହାଟଡ଼ିହି,୧୨ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଶାଳଣିଆଁ-ଇଞ୍ଚୋଳ କେନାଲ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବାଲିବରେଇ ଗ୍ରାମର ଅନନ୍ତ ଚରଣ ଆୟଚ ଓ ହିମାଶୁଂ ଲେଙ୍କା ଓଡି୨୨ସି ୦୮୭୨ବାଇକ ଯୋଗେ ନିଜର ସମ୍ପର୍କୀୟ ଘର ଶାଳଣିଆଁକୁ ଯାଇ ଫେରୁଥିବାବେଳେ କେନାଲ ରାସ୍ତାରେ ଅସାବଧାନତା ଯୋଗୁଁ ଏକ ଖାଲରେ ବାଇକଟି ପଡିଯିବାରୁ ପଛରେ ବସିଥିବା ହିମାଶୁଂ ଦୁରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ପ୍ରଥମେ ହାଟଡିହି ଓ ପରେ ଭଦ୍ରକ ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.