Home ଜିଲ୍ଲା ପରିକ୍ରମା ଆଦାନୀ ଗ୍ରୁପର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଆଦାନୀ ଗ୍ରୁପର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

34

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ଥିକ ବର୍ଷ ନିମନ୍ତେ ଆଦାନୀ ଗ୍ରୁପର ବାର୍ଷିକ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ଚଳିତବର୍ଷ ସୁଧ, ଟିକସ, ଅବନତି ଓ ୠଣମୁକ୍ତି ପୂର୍ବରୁ କମ୍ପାନୀର ଆୟ ୩୨ ହଜାର କୋଟିରୁ ଅଧିକ ରହିଛି । ଯାହାକି ଗତବର୍ଷ ତୁଳନାରେ ୨୨ପ୍ରତିଶତ ଅଧିକ ଅଟେ । ସମସ୍ତ ଆଦାନୀ ଷ୍ଟକ ଶତ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ପାଇଛି ଏବଂ ଏହାର ବ୍ୟବସାୟ ନିଶ୍ଚିତ କରିଛି ଯେ ସମସ୍ତ ଅଂଶୀଦାରମାନଙ୍କ ପାଇଁ ପ୍ରାୟ ୯୫୦୦କୋଟି ଟଙ୍କା ଫେରସ୍ତ କରିଛି । ଯାହାକି ଟିକସ ପ୍ରଦାନ ପରେ ୧୬୬ ପ୍ରତିଶତ ଲାଭ ଅଟେ । ଏହି ଅବସରରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଆମେ ଆମର ଅଂଶୀଦାର, ସଂଖ୍ୟାଲଘୁ ନିବେଶକ ଓ ନିଜ ପାଇଁ ଦୀର୍ଘକାଳୀନ ସ୍ଥାୟୀ ମୂଲ୍ୟ ସୃଷ୍ଟି ଉପରେ ଧ୍ୟାନ ଦେଉଛୁ । ସମ୍ପ୍ରତି, କିଛି ମିଡିଆ ହାଉସ ବେପରୁଆ ଓ ଦାୟିତ୍ୱହୀନ ରିପୋର୍ଟିଂରେ ଲିପ୍ତ । ଏହାଦ୍ୱାରା ଆଦାନୀ ଷ୍ଟକ ଗୁଡିକର ବଜାର ମୂଲ୍ୟରେ ଅପ୍ରତ୍ୟାଶିତ ପରିବର୍ତନ ଘଟିଲା । ଆମର କିଛି ଛୋଟ ନିବେଶକ ଏହି ବିକୃତ କାହାଣୀ ଦ୍ୱାରା ପ୍ରଭାବିତ ହେଲେ । ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଏକ ପୋର୍ଟ କମ୍ପାନୀରୁ ଏକ ସମନ୍ୱିତ ପୋର୍ଟ ଏବଂ ଲଜିଷ୍ଟିକ୍ କମ୍ପାନୀରେ ପରିଣତ ହେବାରେ ଲାଗିଛି । ଆର୍ôଥକବର୍ଷ ୨୦୨୧ ବାସ୍ତବରେ ପରିବର୍ତନଶୀଳ ବର୍ଷ ଥିଲା । ଭାରତର ବନ୍ଦର ଭିତିକ କାର୍ଗୋ ବ୍ୟବସାୟରେ କମ୍ପାନୀର ଅଂଶ ୨୫ ପ୍ରତିଶତ ଓ କେଂଟନର କ୍ଷେତ୍ରରେ ଏହାର ବଜାର ଅଂଶ ୪୧ ପ୍ରତିଶତକୁ ବୃଦ୍ଧି ପାଇବା ପରେ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଏକ ମାଇଲଖୁଂଟ ଅତିକ୍ରମ କରିଛି । ମୁନ୍ଦ୍ରାଠାରେ ଏଲଏନଜି ଓ ଏଲପିଜି ବ୍ୟବସାୟ ଏବଂ ଧାମରାରେ ଏଲଏନଜି ଅପରେସନ ଆରମ୍ଭ କରିବା ସହ ଏହା ଆହୁରି ପରିବ୍ୟାପ୍ତ ହେବାରେ ଲାଗିଛି । ଦୁନିଆର ଅନ୍ୟ କୌଣସି କମ୍ପାନୀ ଏହିପରି ଭାବେ ବନ୍ଦର ବ୍ୟବସାୟ କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.