Home ଉପ ନିର୍ବାଚନ ବାଲେଶ୍ୱର ବିଜେଡି ନେତା-କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର – ଭର୍ଚୁଆଲ ମିଟିଂରେ ଜନ ସମସ୍ୟା ସମାଧାନ ପାଇଁ...

ବାଲେଶ୍ୱର ବିଜେଡି ନେତା-କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର – ଭର୍ଚୁଆଲ ମିଟିଂରେ ଜନ ସମସ୍ୟା ସମାଧାନ ପାଇଁ ପରାମର୍ଶ

61

ବାଲେଶ୍ୱର, ୧୩ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡିର ବିଜୟକୁ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ନବ ନିର୍ବାଚିତ ବିଧାୟକଙ୍କ ସମେତ ଦଳୀୟ ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷ କରି ଲୋକଙ୍କ ସମସ୍ୟା ସମାଧାନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ଭର୍ଚୁଆଲ ମିଟିଂରେ ମୁଖ୍ୟମନ୍ତ୍ରୀ ବିଜେଡି ନେତା ଓ ଦଳୀୟ ଲୋକପ୍ରତିନିଧିଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି। ଏନେଇ ସହରର ଭେନ୍ୟା ପାରାଡାଇଜ କଲ୍ୟାଣମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡିର ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିଟାଲ ପ୍ଲାଟଫର୍ମ ସହ ଯୋଡ଼ି ହୋଇଥିଲେ। ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀବାସୀଙ୍କୁ ଧନ୍ୟବାଦ ଦେବା ସହ ମହିଳାକର୍ମୀଙ୍କ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ କି ବିଜେଡି କଥା ଅପେକ୍ଷା କାମରେ ବିଶ୍ୱାସ କରେ। ଜିଲ୍ଲାର ବିକାଶକୁ ଆଗେଇ ନେବା ପାଇଁ ବିଜେଡି ଆଗାମୀ ଦିନରେ ଅଧିକ ଗୁରୁତ୍ୱ ଦେବ। ଜନସାଧାରଣଙ୍କ ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ସେ ଲୋକପ୍ରତିନିଧିଙ୍କ ସମେତ ବିଜେଡି ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଧାୟକ ଶ୍ରୀ ଦାସଙ୍କ ସମେତ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ବରିଷ୍ଠ ବିଜେଡି ନେତା ଶ୍ୟାମା ପ୍ରସାଦ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.