Home ଜିଲ୍ଲା ପରିକ୍ରମା ବାଲେଶ୍ୱର: ପ୍ରଗତି ବିହାର ବିକାଶ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ

ବାଲେଶ୍ୱର: ପ୍ରଗତି ବିହାର ବିକାଶ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ

29

ବାଲେଶ୍ୱର, ୧୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଉପକଣ୍ଠ ପ୍ରଗତି ବିହାରରେ ଗଠିତ ‘ପ୍ରଗତି ବିହାର ବିକାଶ ମଞ୍ଚ -ପୂର୍ବ’ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ଜୟନ୍ତ କୁମାର ଭୂୟାଁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସ୍ୱାଧୀନତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗଠନର ସଭାପତି ପଦ୍ମନାଭ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମାଧବାନନ୍ଦ ଦାସ, ବଂଶୀଧର ପଢ଼ିଆରୀ ପ୍ରମୁଖ ଯୋଗଦେଇ ଭାରତୀୟ ଜାତୀୟ ଆନ୍ଦୋଳନ ଓ ସ୍ୱାଧୀନତା ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଗଠନର ସମ୍ପାଦକ ମନୋରଂଜନ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା ସହ ନବ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ କଥା ରଖିଥିଲେ। ବିଶ୍ୱଜିତ୍ ମହାନ୍ତି, ସୁଜିତ୍ କୁମାର ଦାସ, ଭବାନୀକାନ୍ତ ବେହେରା, ପ୍ରମୋଦ କୁମାର ବଳ, ମଧୁସୂଦନ ସାମଲ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବସନ୍ତ କୁମାର ଦାସ, ବିପିନ୍ ବିହାରୀ ବେହେରା, ଜଳଧର ରାଉତ, ଗୋବିନ୍ଦ ଚନ୍ଦ୍ର ଜୀ, ଚନ୍ଦନ କୁମାର ନାୟକ, ବିଶ୍ୱମ୍ବର ପଢ଼ିଆରୀ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। ସରକାରଙ୍କ କୋଭିଡ୍ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା ସହ ଏହି ଜାତୀୟ ଉତ୍ସବ ପାଳିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.