Home ଜିଲ୍ଲା ପରିକ୍ରମା ବାଲେଶ୍ୱର : ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ବାଲେଶ୍ୱର : ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

38

ବାଲେଶ୍ୱର, ୧୭-୮(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ବାର୍ଷିକ ପୁଣ୍ୟତିଥି ବାଲେଶ୍ୱରରେ ପାଳିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ବିଜେପୀ କର୍ମୀମାନେ ନିରବ ପ୍ରାର୍ଥନା ପୂର୍ବକ୍ୱହାନ ଜନନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ଅବଦାନ ଓ ତାଙ୍କର ମାର୍ଗଦର୍ଶନ ଦେଶବାସୀଙ୍କଠାରେ ବାଜପେୟୀଙ୍କୁ ଚିର ସ୍ମରଣୀୟ ରଖିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ଏହି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସଂଯୁକ୍ତ ପ୍ରଭାରୀ ଲମ୍ବୋଦର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଓ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ମିଡିଆ ପ୍ରମୁଖ ଶ୍ରୀନିବାସ ପ୍ରଧାନ, ବରିଷ୍ଠ ବିଜେପି ନେତ୍ରୀ ସୁଷମା ବିଶ୍ୱାଳ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନ୍ରେତୀ କମଳା ବିନ୍ଧାଣୀ, ସୁଜିତ୍ କୁମାର ଦେବ, ପ୍ରଦୀପ ପତି, ରଂଜିତ୍ ପ୍ରଧାନ, କମଳ ଲୋଚନ ଦାସ, ପିଙ୍କି ପ୍ରଧାନ, ତରୁଣ ବର୍ଦ୍ଧନ, ନୀତିନ୍ ଦାସ, ତରୁଲତା ମହାନ୍ତି, ରାଜେଶ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.