Home Coronavirus Outbreak ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୬ ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ

ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୬ ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ

124

ବାଲେଶ୍ୱର, ୮ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ପ୍ରଶାସନ ସମେତ ଜନସାଧାରଣଙ୍କ ମଧ୍ୟରେ ଉଦେ୍‌ବେଗ ପ୍ରକାଶ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ଆଜି ଚିହ୍ନଟ ହୋଇଥିବା ୨୬ ଜଣ ନୂଆ ପଜିଟଭ୍‌ଙ୍କୁ ମିଶାଇ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଓ ୪ ଜଣ ହୋମ୍ ଆଇସୋଲେସନରେ ଥିଲେ। ବାକି ୧୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହୋଇଛି। ସେମାନେ କେଉଁ ଉତ୍ସରୁ ସଂକ୍ରମିତ ହେଲେ, ସେମାନଙ୍କ ସଂସ୍ପର୍ଶରେ ଆଉ କେତେଜଣ ଆସିଛନ୍ତି ପ୍ରଭୃତି ଟ୍ରେସିଂ ପାଇଁ କୁଳକିନାରା ପାଉନାହାନ୍ତି ପ୍ରଶାସନିକ ଅଧିକାରୀମାନେ। ଅନ୍ୟପକ୍ଷରେ କରୋନାରେ ସଂକ୍ରମିତ ଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଂଣ୍ଟାକ୍ଟ ଟ୍ରେସିଂ ସହ ସମସ୍ତଙ୍କୁ କ୍ୱରେଣ୍ଟାଇନ୍‌ରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ବି ଦେଇଛନ୍ତି। ତେବେ ବଢ଼ୁଥିବା ସ୍ଥାନୀୟ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣର ପୂର୍ବାଭାଷ ବୋଲି ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଇଛି। ସାମ୍ପ୍ରତିକ ସଙ୍ଗୀନ କରୋନା ସ୍ଥିତିରେ ସମସ୍ତେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.