Home ଓଡ଼ିଶା କେନ୍ଦ୍ର ସରକାରଙ୍କ ବର୍ଷପୂର୍ତ୍ତିରେ ବିଜେପିର ଭର୍ଚୁଆଲ ରାଲି

କେନ୍ଦ୍ର ସରକାରଙ୍କ ବର୍ଷପୂର୍ତ୍ତିରେ ବିଜେପିର ଭର୍ଚୁଆଲ ରାଲି

107

ବାଲେଶ୍ୱର, ୮ା୭ (ଓଡ଼ିଆ ପୁଅ/ଅଭୟ ଦାସ) : କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତିକୁ ନେଇ ବାଲେଶ୍ୱରରେ ଏକ ଭର୍ଚୁଆଲ ର‌୍ୟାଲି ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ବାଲେଶ୍ୱର ଜିଲ୍ଲା ସଭାପତି ଏହି ଭର୍ଚ୍ୟୁଆଲ ର‌୍ୟାଲିର ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଡିଜିଟାଲ ପ୍ଲାଟର୍ଫମ ମାଧ୍ୟମରେ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଗୋଟିଏ ବର୍ଷର ସଫଳତା ଓ ରାଷ୍ଟ୍ର ବିକାଶରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପ୍ରବକ୍ତା ଠାକୁର ରଣଜିତ୍ ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ପର୍ଶୁରାମ ବେହେରା, ଶୋଭନା ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଜେପି ମଣ୍ଡଳର ସଭାପତି ଏଥିରେ ଉପସ୍ଥିତ ଥିଲେ। ପ୍ରାରମ୍ଭର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଏଥିରେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ନଗର ସଭାପତି ଚିତ୍ତରଂଜନ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.