Home ଜିଲ୍ଲା ପରିକ୍ରମା ଡାକ୍ତରଖାନାରେ ଚିକିତ୍ସାର ଅବହେଳା ଅଭିଯୋଗ ସିଡିଏମଓଙ୍କୁ ସାକ୍ଷାତ କଲା‘ନିଃସ୍ୱାର୍ଥ ସେବା’ସଂଗଠନ

ଡାକ୍ତରଖାନାରେ ଚିକିତ୍ସାର ଅବହେଳା ଅଭିଯୋଗ ସିଡିଏମଓଙ୍କୁ ସାକ୍ଷାତ କଲା‘ନିଃସ୍ୱାର୍ଥ ସେବା’ସଂଗଠନ

103

ବାଲେଶ୍ୱର, ୮ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଚିକିତ୍ସାରେ ଅବହେଳା ନେଇ ବେଶ ଖ୍ୟାତି ଅର୍ଜନ କରିଥିବା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମ୍ପ୍ରତି କରୋନା ସ୍ଥିତି ପାଇଁ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ଯାଇଥିବା ଆରୋପ ଉଠିଛି। ବିଭିନ୍ନ ରୋଗ ପାଇଁ ଏଠାକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରିବାକୁ ଡାକ୍ତର କିମ୍ବା ନର୍ସମାନେ ଆଦୌ ଇଚ୍ଛା ପ୍ରକାଶ କରୁନଥିବା ରୋଗୀ ପରିବାର ଲୋକେ ଅଭିଯୋଗ କରିଛନ୍ତି। କରୋନାର ଭୟ ହେଉ କି ଇଚ୍ଛାଶକ୍ତିର ଅଭାବ ତାହା କେବଳ ପଦସ୍ଥ ଅଧିକାରୀମାନଙ୍କୁ ଜଣା। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳ, ସିଡିଏମଓ ଏମିତିକି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଉଛି। ଏହା ସତ୍ତ୍ୱେ ଡାକ୍ତର କିମ୍ବା ନର୍ସଙ୍କ ମାନସିକତାର ପରିବର୍ତ୍ତନ ହେଉ ନଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀ ସଂଗଠନ ‘ନିସ୍ୱାର୍ଥ ସେବା’ର କର୍ମକର୍ତ୍ତାମାନେ ଆଜି ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ୍‌ଜଗଦେବଙ୍କୁ ସାକ୍ଷାତ କରିଥିଲେ। ଛାତରୁ ଖସିପଡ଼ି ଆହତ ହୋଇଥିବା ନୀଳଗିରି ବଡ଼ବିଲ ଅଞ୍ଚଳର ଶରତ ସିଂହ ନାମକ ବ୍ୟକ୍ତି ଗତ ଶନିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ମାତ୍ର ତାଙ୍କୁ ଚିକିତ୍ସା କରିବାକୁ ଦୁଇଦିନରେ ବି ଥରେ ହେଲେ ଡାକ୍ତର ଆସୁ ନଥିବା ପରିବାର ଲୋକେ କହିଛନ୍ତି। ଏମିତିକି ଏମଆରଆଇ ପାଇଁ ବାରମ୍ବାର ଫେରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଅତ୍ୟନ୍ତ ଗରିବ ପରିବାର ଶରତ ସିଂହଙ୍କୁ ଉଚିତ ସେବା ପ୍ରଦାନ ପାଇଁ ‘ନିଃସ୍ୱାର୍ଥ ସେବା’ର କର୍ମକର୍ତ୍ତାମାନେ ସିଡିଏମଓ ଡାକ୍ତର ଜଗଦେବଙ୍କୁ ସାକ୍ଷାତ କରିବା ସହ ଏହାର ପ୍ରତିକାର ପାଇଁ ଦାବି କରିଥିଲେ। କେବଳ ଶରତ ସିଂହ ନୁହନ୍ତି, ବରଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀଙ୍କୁ ଉଚିତ ସେବା ମିଳୁନି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସଂଗଠନ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.