Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ହିନ୍ଦୁ ପଞ୍ଚାୟତ କାର୍ଯ୍ୟକ୍ରମ: ମୂଳ ସନାତନ ସଂସ୍କୃତିର ସହ ଦେଶବାସୀଙ୍କୁ ଯୋଡ଼ିବାକୁ ଆହ୍ୱାନ

ବାଲେଶ୍ୱରରେ ହିନ୍ଦୁ ପଞ୍ଚାୟତ କାର୍ଯ୍ୟକ୍ରମ: ମୂଳ ସନାତନ ସଂସ୍କୃତିର ସହ ଦେଶବାସୀଙ୍କୁ ଯୋଡ଼ିବାକୁ ଆହ୍ୱାନ

33

ବାଲେଶ୍ୱର, ୨୬ା୩(ଓଡ଼ିଆ ପୁଅ/ଅଭୟ ଦାସ): ଶଙ୍କରାଚାର୍ଯ୍ୟ ପରିଷଦ ଓ ଭାଗ୍ୟୋଦୟ ଫାଉଣ୍ଡେସନ ଆନୁକୂଲ୍ୟରେ ବାଲେଶ୍ୱରରେ ହିନ୍ଦୁ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର ଆତିଥ୍ୟ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ହିନ୍ଦୁ ଗଣତନ୍ତ୍ର ପାଇଁ ହିନ୍ଦୁ ପଞ୍ଚାୟତ’ ଶୀର୍ଷକ ଆଲୋଚନାଚକ୍ରରେ ଶଙ୍କରାଚାର୍ଯ୍ୟ ପରିଷଦର ସଭାପତି ସ୍ୱାମୀ ଆନନ୍ଦ ସ୍ୱରୂପ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଭାରତୀୟ ସନାତନ ସଂସ୍କୃତିର ମୂଳ ସହ ପ୍ରତ୍ୟେକ ଭାରତୀୟଙ୍କୁ ଯୋଡିବା ପାଇଁ ଆହ୍ୱାନ ଦେଇଥିଲେ। ପରିବର୍ତ୍ତନରେ ପ୍ରଭାବିତ ଭାରତ ସହ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ହିନ୍ଦୁସ୍ଥାନକୁ ହିନ୍ଦୁ ରାଷ୍ଟ୍ରଭାବେ ଘୋଷିତ ହେବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ ସ୍ୱାମୀ ଆନନ୍ଦ ସ୍ୱରୂପ ଶଙ୍କରାଚାର୍ଯ୍ୟ ପରିଷଦର ଜାତି ଛୋଡ, ହିନ୍ଦୁ ଯୋଡ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଶାର ପ୍ରତ୍ୟେକ ଅଂଚଳରେ ହିନ୍ଦୁମାନଙ୍କୁ ସଂଗଠିତ କରିବା ପାଇଁ ଶଙ୍କରାଚାର୍ଯ୍ୟ ପରିଷଦର ଏହି ଉଦ୍ୟମ ଅନନ୍ୟ ବୋଲି ସେ ମତପ୍ରକାଶ କରିଥିଲେ। ବିଶିଷ୍ଟ ହିନ୍ଦୁବାଦୀ ନେତା ତଥା ବିଶ୍ୱ ହିନ୍ଦୁ ପରିଷଦର କ୍ଷେତ୍ରୀୟ ଅଧିକାରୀ ଗୌରୀ ରଥ ଏଥିରେ ମୁଖ୍ୟବକ୍ତାଭାବେ ଯୋଗଦେଇ ପ୍ରାଚୀନ କାଳର ପୁରାତନ ସଂସ୍କୃତି ହିଁ ସନାତନ ଧର୍ମ ବୋଲି କହିଥିଲେ। ପ୍ରତ୍ୟେକ ଭାରତୀୟ ପରିବାରରେ ପିଲାମାନଙ୍କଠାରେ ସାହସିକତାର ଗୁଣ ସୃଷ୍ଟି ସହ ଶ୍ରୀମଦ ଭଗବତ ଗୀତା ଅଧ୍ୟୟନ ଓ ଆଚରଣ ପାଇଁ ଶ୍ରୀ ରଥ ସମସ୍ତଙ୍କୁ ନବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବତନ କ୍ଷେତ୍ରୀୟ ସଂଘ ଚାଳକ ରଘୁନାଥ ପାତ୍ର ଉପସ୍ଥିତ ଥିଲେ। ଶଙ୍କରାଚାର୍ଯ୍ୟ ପରିଷଦର ସର୍ବଭାରତୀୟ ସାଧାରଣ ସମ୍ପାଦକ ପାରିଜାତ ଚାନ୍ଦ ସଭା ପରିଚାଳନା କରିଥିବା ବେଳେ ପ୍ରଦୀପ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅମର ସେଠୀ, ପର୍ଶୁରାମ ପରିଡା, ବିଜୟ ପାଣିଗ୍ରାହୀ, ଦୁକୁଲ ଚନ୍ଦ୍ର ଘଡେଇ, ଯୋଗେନ ରଣା, ପାର୍ଥ ପ୍ରତୀପ କର, ଗୋପାଳ ନାୟକ ପ୍ରମୁଖଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.