Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ସଫଳ ୪୮ ଘଣ୍ଟିଆ ସଟ୍ ଡାଉନ୍‌

ବାଲେଶ୍ୱରରେ ସଫଳ ୪୮ ଘଣ୍ଟିଆ ସଟ୍ ଡାଉନ୍‌

115

ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ସରକାରଙ୍କ ନିର୍ଦ୍ଦେଶାନୁସାରେ ବାଲେଶ୍ୱର ସମେତ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ରାଜ୍ୟର ୧୧ଗୋଟି ଜିଲ୍ଲାରେ ଦୁଇଦିନିଆ ସଟ୍ ଡାଉନ୍‌ର ଆଜିଥିଲା ଦ୍ୱିତୀୟ ଦିବସ। ଏହି ୪୮ ଘଣ୍ଟିଆ ସଟ୍ ଡାଉନ୍ ଯୋଗୁଁ ବାଲେଶ୍ୱର ସହର ସମେତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲି ନଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ତୁଳନାରେ ଆଜି ଦ୍ୱିତୀୟ ଦିନରେ ସହର ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲେ ବି ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟାନ୍ୟ ରାସ୍ତାରେ ଚଳ ପ୍ରଚଳ କରୁଥିବା ପରିଲକ୍ଷିତ ହୋଇଥିଲା। ତେବେ ପ୍ରାୟ ଅଧିକାଂଶ ଲୋକେ ଘରେ ରହି ସରକାରଙ୍କ ସଟ୍ ଡାଉନ୍ ନିୟମ ପାଳନ କରୁଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱରରେ ସଟ ଡାଉନ୍‌କୁ ଶତ ପ୍ରତିଶତ ପାଳନ ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିବା ଲକ୍ଷ୍ୟ କରାଯାଇଛି। ଲକ୍ ଡାଉନ୍‌ର ୨୪ଘଣ୍ଟା ପୂର୍ବରୁ ପ୍ରଶାସନ ପକ୍ଷରୁ ଏକାଧିକ ମାଇକ୍ ଜରିଆରେ ସହର ବଜାରରେ ପ୍ରଚାର କରାଯାଇଥିଲା। କରୋନା ସଂକ୍ରମଣ ମୁକାବିଲା ପାଇଁ ସଟ୍ ଡାଉନ୍ ଅପରିହାର୍ଯ୍ୟ ହୋଇଥିବା ବେଳେ ଜନସାଧାରଣ ଏହାକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କାଯାଇଥିଲା। ତେବେ ପ୍ରଥମ ଦିନରେ ପୁଲିସ ପକ୍ଷରୁ ବିଶେଷ ଯାଞ୍ଚ ହୋଇନଥିବା ବେଳେ ଆଜି ଦ୍ୱିତୀୟ ଦିନରେଚିଛି କିଛି ଅମାନିଆ ଲୋକ ବାହାରକୁ ବାହାରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ ସକ୍ରିୟ ହେବା ସହ ବିଭିନ୍ନ ସ୍ଥାନରେ ଚେକିଂ ବି କରିଥିଲା। ବି ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତିରା ମାରିବା ସହ ପରିସ୍ଥିତି ଉପରେ ନଜର ରଖିଥିଲା। ସହର ସମେତ ବାଲେଶ୍ୱର ଜିଲ୍ଲାର ପ୍ରତିଟି ପ୍ରବେଶ ପଥକୁ ପୁଲିସ ପକ୍ଷରୁ ସିଲ ସହ ବ୍ୟାପକ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା। ଏଥି ସହିତ ପ୍ରତ୍ୟେକ ଛକମାନଙ୍କରେ ପୁଲିସ ନିଯୁକ୍ତ କର୍ମଚାରୀମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଯାଞ୍ଚ କରିବା ସହିତ ବାହାରକୁ ଆସିବାର କାରଣ ପଚାରୁଛନ୍ତି। ଉଚିତ କାରଣ ଦର୍ଶାଇ ପାରୁ ନଥିବା ଲୋକଙ୍କୁ ଅଟକ ରଖିବା ସହ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉଛି। ମୋଟ ଉପରେ ବାଲେଶ୍ୱରେ ସଟ ଡାଉନ୍‌ର ଦ୍ୱିତୀୟ ଦିନ ଆଜି ବେଶ୍ ସଫଳ ହୋଇଥିବା ପରିଲକ୍ଷିତ ହୋଇଛି। ସହର ସମେତ ଜିଲ୍ଲାରେ ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମସ୍ତ ପ୍ରବେଶପଥ ଓ ଚେକ୍ ପଏଣ୍ଟରେ କଡ଼ାକଡ଼ି ଯାଞ୍ଚ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି। ବିଶେଷ କରି ଜିଲ୍ଲାବାସୀଙ୍କ ସହଯୋଗ ସାଙ୍ଗକୁ କଡ଼ାକଡ଼ି ନିୟମ ପାଳନ ଯୋଗୁଁ ସଟ୍ ଡାଉନ୍ ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.