Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଦୃଶ୍ୟ ଦୀର୍ଘତମ ବିରଳ ସୂର୍ଯ୍ୟପରାଗ

ବାଲେଶ୍ୱରରେ ଦୃଶ୍ୟ ଦୀର୍ଘତମ ବିରଳ ସୂର୍ଯ୍ୟପରାଗ

120

ବାଲେଶ୍ୱର, ୨୧ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ବିଶ୍ୱର ଦୀର୍ଘତମ ବିରଳ ସୂର୍ଯ୍ୟ ପରାଗ ଆଜି ଦୃଶ୍ୟ ହୋଇଥିଲା। ଭାରତକୁ ଏହା ଆଂଶିକ ଭାବେ ଦୃଶ୍ୟମାନ ହୋଇଥିବା ବେଳେ ରାଜ୍ୟର ପଶ୍ଚିମାଞ୍ଚଳ ଜିଲ୍ଲାର ଲୋକେ ବେଶ ଦେଖିପାରିଥିଲେ। ତେବେ ବାଲେଶ୍ୱରରେ ୭୦ ପ୍ରତିଶତ ସୂର୍ଯ୍ୟପରାଗ ଦୃଶ୍ୟ ହୋଇଥିଲା। ପୂର୍ବାହ୍ନ ୧୦ଟା ୪୨ରୁ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୨ଟା ୧୪ରେ ଶେଷ ହୋଇଥିଳା। ମଧ୍ୟାହ୍ନ ୧୨ଟା ୩ ମିନିଟରେ ପୂର୍ଣ୍ଣଗ୍ରାସ ହୋଇଥିଲା। ଦୀର୍ଘ ୩ ଘଣ୍ଟା ୩୧ ମିନିଟ ସୂର୍ଯ୍ୟ ପରାଗ ରହିଥିବା ଦେଖିବାକୁ ମିଳିଥିଲା। ଏନେଇ ୨୦ ତାରିଖ ରାତି ୧୦ଟାରୁ ଆଜି ଅପରାହ୍ନ ୨ଟା ୧୪ ପର୍ଯ୍ୟନ୍ତ ପାକ ନିଷଧ ହୋଇଥିଲା। ସେହିଭଳି ଦେବ ପୂଜାନୀତିରେ ବି ପରିବର୍ତ୍ତନ କରାଯାଇଥିଲା। ଗ୍ରହଣ ଶେଷ ପରେ ଦେବାଳୟମାନଙ୍କରେ ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.