Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଜାତୀୟ ପେନସନ୍‍ ଦିବସ

ବାଲେଶ୍ୱରରେ ଜାତୀୟ ପେନସନ୍‍ ଦିବସ

23

ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୩୯ତମ ଜାତୀୟ ପେନ୍‌ସନ୍ ଦିବସ ପାଳିତ ହୋଇଯାଇଛି।ସଂଗଠନର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମରେ ଜିଲା କୋଷାଗାର ଅଧିକାରୀ ଶଶାଙ୍କ ଭୂଷଣ ମହାପାତ, ଅତିରିକ୍ତ କୋଷାଗାର ଅଧିକାରୀ ବିଶ୍ୱନାଥ ମାଝି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପେନସନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପନ୍‌ସନ୍ ପାଉଥିବା ଓ ପାଇବାକୁ ଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସମସ୍ୟା ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବା ଉଚିତ ବୋଲି ଅତିଥି ମତ ପ୍ରକାଶ କରିଥିଲେ। କୋଭିଡ଼୍‌୧୯ ପରିପ୍ରେକ୍ଷୀରେ ‘ଜୀବନ ପ୍ରମାଣପତ୍ର’ ପ୍ରଦାନର ଅବଧି ମାର୍ଚ୍ଚ-୨୦୨୧ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇଥିବା ସେମାନେ ସୂଚନା ଦେଇଥିଲେ।ଏହି ଅବସରରେ ଉପସ୍ଥିତ ସଦସ୍ୟମାନଙ୍କଠାରୁ ପେନ୍‌ସନ୍ ସମସ୍ୟା ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନର ସମାଧାନ କରିଥିଲେ। ସଂଗଠନର ଉପ-ସଭାପତି ଅରୁଣା ରାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବସନ୍ତ କୁମାର ନାୟକ, ଭବେଶ ଚନ୍ଦ୍ର ପଣ୍ଡା, ସେଖ୍ ଆଲ୍ଲାଉଦ୍ଦିନ୍‌, ଦାମୋଦର ନାୟକ, ଶଶାଙ୍କ ଶେଖର ଦତ୍ତଙ୍କ ସମେତ ରେମୁଣା ଶାଖାର ଶ୍ରୀ ଅଜୟ ନାୟକ, ଯୋଗେନ୍ଦ୍ର ନାଥ ସିଂହ, ଲକ୍ଷ୍ମୀକାନ୍ତ ସରକାର, ବସ୍ତାର କୁମୁଦ ରଂଜନ ଗିରି, ଶଚୀନ୍ଦ୍ର ଦାସ, ଡାକ୍ତର ତାରାକାନ୍ତ ନନ୍ଦ, ଦୀନବନ୍ଧୁ ଲେଙ୍କା, ପ୍ରଶାନ୍ତ କୁମାର ଦାସ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, କେଶବ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ପ୍ର: ନାୟକ, ଇଂ. ଗୌରାଙ୍ଗ ସାହୁ, ଦେବେନ୍ଦ୍ର ଚୌଧୁରୀ, ଆଶିଷ ଚନ୍ଦ୍ର ରାୟ, ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.