Home Top News ଆସନ୍ତା ୨୩ରୁ ପୁରୀ ଜିଲ୍ଲାର ସମସ୍ତ ଦେବାଦେବୀ ମନ୍ଦର ଖୋଲିବ, ଶ୍ରୀମନ୍ଦିର ଦର୍ଶନ ପାଇଁ ଟୋକନ...

ଆସନ୍ତା ୨୩ରୁ ପୁରୀ ଜିଲ୍ଲାର ସମସ୍ତ ଦେବାଦେବୀ ମନ୍ଦର ଖୋଲିବ, ଶ୍ରୀମନ୍ଦିର ଦର୍ଶନ ପାଇଁ ଟୋକନ ବଣ୍ଟାଯିବ

27

ପୁରୀ, ୧୮/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଉ ମାତ୍ର ୪ ଦିନ ପରେ ଭକ୍ତ ସହ ଭଗବାନଙ୍କର ହେବ ମିଳନ। ୨୩ ରୁ ଶ୍ରୀମନ୍ଦିର (Puri Jagannath Temple) ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ। ପୈାରପାଳିକା ପକ୍ଷରୁ ୱାର୍ଡ଼ୱାରୀ ଟୋକନ ବ୍ୟବସ୍ଥା ହେବ। ଶୃଙ୍ଖଳିତ ଭାବେ କୋଭିଡ଼୍‌-୧୯ କଟକଣାକୁ ପାଳନ କରି ସହରବାସୀ କରିବେ ଦର୍ଶନ। ପ୍ରଶାସନ ପକ୍ଷରୁ ଏଥିପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଅନ୍ୟପଟରେ ପୁରୀ ଜିଲ୍ଲାରେ ଥିବା ସମସ୍ତ ଛୋଟବଡ଼ ମନ୍ଦିର ଖୋଲିବ। ସ୍ଥାନୀୟ ତହସିଲଦାର, ଥାନା ଆଇଆଇସି, ମନ୍ଦିର ଟ୍ରଷ୍ଟି ସମସ୍ତଙ୍କୁ ନେଇ ବୈଠକ ହେବା ପରେ ଏସଓପି ପ୍ରସ୍ତୁତ କରାଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘ ୯ ମାସ ଧରି ଅପେକ୍ଷା କରିବା ପରେ ଶେଷରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ। କାହାକୁ ମିଳିବ ଦର୍ଶନର ସୁଯୋଗ ତାହାର ତାଲିକା କରିବେ ମୋ ଧାମ ମୋ ଗର୍ବରେ କାର୍ଯ୍ୟରତ ସ୍ୱଚ୍ଛସାଥି। ଘରଘର ବୁଲି ସେମାନେ ବାଣ୍ଟିବେ କାଳିଆ ଦର୍ଶନ ନେଇ ସ୍ୱତନ୍ତ୍ର ଟୋକନ। ବିନା ଟୋକନରେ କାଳିଆ ଦର୍ଶନ ମନା। ପ୍ରାଥମିକ ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ଲାଗି ଦିଆଯିବ ସୁଯୋଗ। ସହରର ୩୨ଟି ୱାର୍ଡ଼ରେ ସ୍ୱଚ୍ଛସାଥିମାନଙ୍କ ଦ୍ୱାରା ଭକ୍ତଙ୍କ ତାଲିକା ପ୍ରସ୍ତୁତ କରାଯିବା ସହ ତାଲିକାଭୁକ୍ତ ଭକ୍ତଙ୍କୁ ଟୋକନ ଦେବା ପାଇଁ କରାଯିବ ବ୍ୟବସ୍ଥା। ଶ୍ରୀଜଗନ୍ନାଥ ବଲ୍ଲଭରେ ମଧ୍ୟ ରହିବ ଅନ୍ୟ ଏକ କାଉଣ୍ଟର। ଡ଼ିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ଦ୍ରେନିକ ୫ ରୁ ୬ ଟି ୱାର୍ଡ଼ରେ ଲୋକ ଦର୍ଶନ କରିବା ନେଇ ଚାଲିଛି ଆଲୋଚନା। ଖୁବଶୀଘ୍ର ପ୍ରସ୍ତୁତ ହେବ ସହରବାସୀଙ୍କ ପାଇଁ ପ୍ରତି ୱାର୍ଡ଼ରେ ଦର୍ଶନାର୍ଥିଙ୍କୁ ଟୋକନ ଦେବା ବ୍ୟବସ୍ଥା କରାଯିବ। ଦର୍ଶନ ବ୍ୟବସ୍ଥାକୁ ଦେଖିଲା ପରେ ଯେଉଁ ସବୁ ତ୍ରୁଟି ଆସିବ ତାର ନିରାକରଣ କରି ଜାନୁୟାରୀ ୩ ରୁ କରାଯିବ ପୁରୀ ବାହାର ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସେବାୟତ ସ୍ୱାଗତ କରିଥିବା ବେଳେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ାଇବାକୁ ଦାବି କରିଛନ୍ତି। ଦର୍ଶନାର୍ଥୀଙ୍କ ପାଇଁ ମାର୍କେଟ ଛକରୁ ହେବ ବ୍ୟାରିକେଡ଼ ବ୍ୟବସ୍ଥା। ଶ୍ରୀନହର ସମ୍ମୁଖରୁ ସିଂହଦ୍ୱାର ଦେଇ ୯ଟି ଧାଡ଼ିରେ ସାମାଜିକ ଦୂରତା ରଖି ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଓ ତିନିଦ୍ୱାର ଦେଇ କରିବେ ପ୍ରସ୍ଥାନ। ଫୁଲ, ତୁଳସୀ ଓ ଚନ୍ଦନ ଦେବା ଉପରେ ରହିଛି କଟକଣା। ସମ୍ପୂର୍ଣ୍ଣ ଦର୍ଶନ ବ୍ୟବସ୍ଥାକୁ ଜଗିବ ସିସିଟିଭି। ଶ୍ରୀମନ୍ଦିର ଖୋଲିବା ନେଇ ଉତ୍ସାହ ବଢ଼ୁଥିବା ବେଳେ କୋଭିଡ଼ କଟକଣାକୁ ନେଇ କରାଯାଉଥିବା ଏସଓପି ଭକ୍ତଙ୍କ ଚିନ୍ତା ବଢ଼ାଉଛି। ତେବେ ପୁରୀବାସୀ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଶ୍ରୀମନ୍ଦିର ସହ ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ୨୩ରେ ଖୋଲିବାକୁ ଯାଉଥିବାରୁ ସମସ୍ତେ ବେଶ ଖୁସି ପ୍ରକଟ କରିଛନ୍ତି। ପ୍ରଥମ ୨ ଦିନ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ଓ ଡ଼ିସେମ୍ବର ୩୧ତାରିଖ ରାତି ପର୍ଯ୍ୟନ୍ତ ୱାର୍ଡ଼ୱାରୀ ପୁରୀ ସହରବାସୀ ଦର୍ଶନ କରିବେ। ଏହା ସଫଳ ହେଲେ ଜାନୁୟାରୀ ୩ରୁ ପୁରୀ ବାହାରର ୫୦୦୦ ଭକ୍ତ ଶୃଙ୍ଖଳିତ ଭାବେ ପ୍ରଭୁଙ୍କୁ ଦର୍ଶନ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.