Home ଜିଲ୍ଲା ପରିକ୍ରମା ବାଲିବୋଝେଇ ଟ୍ରାକ୍ଟର ଜବଦ, ଚାଳକ ଗିରଫ

ବାଲିବୋଝେଇ ଟ୍ରାକ୍ଟର ଜବଦ, ଚାଳକ ଗିରଫ

34

ହାଟଡ଼ିହି, ୨୭ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସାଳନ୍ଦୀ ନଦୀରୁ ବେଆଇନ ବାଲି ବୋଝେଇ କରି ଯାଉଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ସୋସୋ ରାଜସ୍ୱ ନିରୀକ୍ଷକ ଓ ସୋସୋ ପୁଲିସ ଜବଦ କରିଛନ୍ତି । ଖବରରୁ ଜଣାଯାଇଛି ଯେ ସାଳନ୍ଦୀ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଗତକାଲି ଏକ ନମ୍ବର ବିହୀନ ଟ୍ରାକ୍ଟର ନିଉଦାନୀ ଘାଟରୁ ବାଲିବୋଝେଇ କରି ଆସୁଥିବା ଖବରପାଇ ସୋସୋ ରାଜସ୍ୱ ନିରୀକ୍ଷକ ଓ ସୋସୋ ପୁଲିସ ତାହାକୁ ଜବଦ କରିଥିଲେ । ଟ୍ରାକ୍ଟର ଚାଳକ ରାଜସ୍ୱ ନିରୀକ୍ଷକ ଓ ପୁଲିସକୁ ଗାଳିଗୁଲଜ କରିବା ସହିତ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ଧମକ ଦେଇଥିଲା । ଏନେଇ ସୋସୋ ପୁଲିସ ଟ୍ରାକ୍ଟରକୁ ଜବଦକରି ଥାନାରେ ରଖିଥିବାବେଳେ ଟ୍ରାକ୍ଟର ଚାଳକ ମଦନ ମୋହନ ବେହେରାକୁ ଗିରଫ କରିଥିବାବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.