Home Top News ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିଥିବା ପ୍ରତିନିଧି ଦଳର ସାମ୍ବାଦିକ...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିଥିବା ପ୍ରତିନିଧି ଦଳର ସାମ୍ବାଦିକ ସମ୍ମିଳନୀ; ଆଇନ ତା’ ନିଜ ବାଟରେ ଯାଉନାହିଁ: ବିଜେପି

63

ଭୁବନେଶ୍ୱର: ଅପରାଧୀ ଏବଂ ଅପରାଧ ତତ୍ତ୍ୱଙ୍କୁ ନେଇ ପରିଚାଳିତ ରାଜ୍ୟ ସରକାର। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଭଳି ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ସଭ୍ୟ ସମାଜରେ ଆଦୈା ଗ୍ରହଣୀୟ ନୁହେଁ। ନିମ୍ନ ମଧ୍ୟବିତ ପରିବାରର ଆଶ୍ରା ସାଜିଥିବା ମମିତାଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ। ନିପଟ ଅଂଚଳରେ ଘଟିଥିବା ଏହି ଅବିଶ୍ୱସନୀୟ ଘଟଣାଟି ସ୍ଥାନୀୟ ବାସିନ୍ଦାଙ୍କ ମନ ଭିତରେ କ୍ଷୋଭ ସୃଷ୍ଟି କରିଛି। ମମିତାକୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇ ପୋଡ଼ି ଓ ପୋତି ଦେବା, ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିର ଅଭିଯୋଗ ଜନମାନସକୁ ଆନ୍ଦୋଳିତ କରିଛି। ବିଜେପି- ବିଜେଡି ମିଳିତ ସରକାର ସମୟରେ ସାମାନ୍ୟ ଅଭିଯୋଗ ବଳରେ ମନ୍ତ୍ରୀମାନଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ବିତାଡ଼ିତ କରୁଥିବା ସେହି ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସଂପୃକ୍ତି ସତ୍ତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନୀରବ କାହିଁକି ରହୁଛନ୍ତି ? ଏହି ନାରକୀୟ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ନା ନାହିଁ? ମୁଖ୍ୟମନ୍ତ୍ରୀଙ୍କୁ ସଂପୂର୍ଣ୍ଣ ଅବଗତ କରାଯାଇଛି ନା ନାହିଁ ? ଯଦି କରାଯାଇଛି, ତାହେଲେ ମୁଖ୍ୟମନ୍ତ୍ରୀ କିପରି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଗତ କାଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରି ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ। ଗସ୍ତ ସଂପର୍କରେ ସୂଚନା ଦେଇ ସମୀର ମହାନ୍ତି କହିଛନ୍ତି ଯେ, ଗୋଟିଏ ପଟେ ରାଜ୍ୟ ସରକାର ମହିଳା ସଶକ୍ତିକରଣର କଥା କହି ଛଳନା କରୁଥିବାବେଳେ ଅନ୍ୟ ପଟେ ରାଜ୍ୟରେ ମହିଳା ହିଂସା ଓ ନିର୍ଯ୍ୟାତନା ବୃଦ୍ଧି ପାଇଚାଲିଛି। ମୃତ ଶିକ୍ଷୟିତ୍ରୀ ମମିତା ମେହେର ବର୍ତ୍ତମାନ ଆମ ଗ୍ରହଣରେ ନାହାନ୍ତି। ମହାଲିଙ୍ଗ ଶିକ୍ଷାନୁଷ୍ଠାନକୁ ‘ମମିତା ମେହେର ମେମୋରିଆଲ ଇନ୍‌ଷ୍ଟିଚ୍ୟୁଟ’ ନାମରେ ନାମିତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ସ୍ୱାଗତଯୋଗ୍ୟ ବୋଲି ସମୀର ମହାନ୍ତି କହିଛନ୍ତି।

ଗସ୍ତ ସଂପର୍କରେ ସୂଚନା ଦେଇ ଏହି ପ୍ରତିନିଧି ଦଳର ସଦସ୍ୟ ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର କହିଛନ୍ତି ଯେ, ‘ମମିତା ହତ୍ୟାକାଣ୍ଡର ତଦନ୍ତରେ ଆଇନ ତା ନିଜ ବାଟରେ ଯାଉନାହିଁ।’ ଏହି ଜଘନ୍ୟ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସଂଶ୍ଳିଷ୍ଟ ଅଛନ୍ତି। ଏକ ବିରାଟ ଷଡ଼ଯନ୍ତ ରଚାଯାଇଥିବା ଏହି ବର୍ବରୋଚିତ ହତ୍ୟାକାଣ୍ଡର ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିଦେବା ପାଇଁ ସୁଯୋଗ ଦିଆଯାଉଛି। ମୃତ ମମିତାର ନିଖୋଜ ସମୟରେ ତାଙ୍କ ପରିବାର ତରଫରୁ ଅଭିଯୋଗକୁ ପୋଲିସ ପ୍ରଥମେ ଗ୍ରହଣ ନକରିବା, ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁଙ୍କ ଇଙ୍ଗିତରେ ଲିଖିତ ଏଫଆଇଆରରେ ମମିତାଙ୍କ ପିତାଙ୍କ ଦ୍ୱାରା ପୋଲିସ ହସ୍ତାକ୍ଷର କରାଇବା, ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ମୋବାଇଲ ଫୋନକୁ ଜବତ ନକରିବା, ଅଭିଯୁକ୍ତ ପୋଲିସ ବ୍ୟାରେକରୁ ଖସି ପଳାଇବା, ଗୋଡ଼ ଖରାପ ଥିବା ସତ୍ତ୍ୱେ ୧୨ ଫୁଟ ଉଚ୍ଚ ପାଚେରୀକୁ ଡିଆଁ ମାରି ପଳାଇବା, ଚମ୍ପଟ ମାରିବା ସମୟରେ ବିଜୁଳି ପଳାଇବା, ପୋଲିସ କେଉଁ ଆଧାରରେ ମହାଲିଙ୍ଗ ଷ୍ଟାଡିୟମକୁ ଯାଇ ମୃତ ମମିତାଙ୍କ ଶବ ଉଦ୍ଧାର କରିବା, ଉଦ୍ଧାର ସ୍ଥାନରେ କୈାଣସି ପୋଡ଼ାଜଳାର ଚିହ୍ନବର୍ଣ୍ଣ ନଥିବା, ପୋଡ଼ିଦେଇ ପୋତି ଦେଇଥିବା ସ୍ଥାନରେ ମମିତାଙ୍କ ଭ୍ୟାନିଟି ବ୍ୟାଗ, ପାଉଁଜି ଆଦି ମିଳିବା ଆଦି ପ୍ରସଙ୍ଗ ସଠିକ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୃତ ମମିତାଙ୍କ ସମେତ ଗୋବିନ୍ଦ ସାହୁ ଏବଂ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚ କରିବା ସହିତ ସମସ୍ତ ସ୍ଥାନରେ ଲାଗିଥିବା ସିସିଟିଭିର ମଧ୍ୟ ଯାଞ୍ଚ କରାଯାଇନାହିଁ। ଏଭଳି ଗୁରୁତର ଅଭିଯୋଗ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ନିଜେ ମନ୍ତ୍ରୀ ଶ୍ରୀ ମିଶ୍ର କିମ୍ବା ରାଜ୍ୟ ସରକାର କୈାଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ବରଂ, ମିଳିତ ଭାବେ ଆଇନ ବାଟରେ ଠିଆ ହୋଇ ବାଧା ସୃଷ୍ଟି କରୁଛନ୍ତି। ମୃତ ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଘଟଣାର ତଦନ୍ତ ଯଥାଶୀଘ୍ର ସିବିଆଇ ଦ୍ୱାରା କରାଇବାକୁ ପ୍ରକାଶ ମିଶ୍ର ଦାବି କରିଛନ୍ତି।

ସେହିପରି ଗସ୍ତ ସଂପର୍କରେ ସୂଚନା ଦେଇ ଏହି ପ୍ରତିନିଧି ଦଳର ସଦସ୍ୟ ତଥା ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମମିତାଙ୍କ ପିତାଙ୍କ ଏଫଆଇଆର ଦେବାର ଅଧ ଘଣ୍ଟା ପୂର୍ବରୁ ଅଭିଯୁକ୍ତ ଗୋବିନ୍ଦ ସାହୁ କାହିଁକି ଓ କାହା ନିର୍ଦ୍ଦେଶରେ ଥାନାକୁ ଯାଇଥିଲେ, କାହା ଇଙ୍ଗିତରେ ଅପହରଣ ଷ୍ଟୋରୀ ରଚନା କରାଗଲା, ଧର୍ଷଣ ହୋଇଛି ନା ନାହିଁ, ଏଭଳି ଘଟଣାରେ କିଏ କିଏ ଓ କେତେ ଜଣଙ୍କ ସଂପୃକ୍ତି ରହିଛି ଆଦି ପ୍ରଶ୍ନର ଜବାବ୍ ନଦେଇ ଘଟଣାର ତଦନ୍ତ ଭାର ଜଣେ ଇନିସ୍ପେକ୍ଟରଙ୍କୁ ନ୍ୟସ୍ତ କରିଦେଇ ପୋଲିସ ଡିଆଇଜି ସରକାରୀ ପ୍ରବକ୍ତା ଭାବେ ପ୍ରତିଦିନ ଗଣମାଧ୍ୟମରେ ବିଭ୍ରାନ୍ତ କରିବା ଭଳି ବିବୃତି ଦେଉଛନ୍ତି। ପୋଲିସ ତଦନ୍ତକୁ ଅନୁଧ୍ୟାନ କଲେ କୈାଣସି ତାଳମେଳ ରହୁନଥିବା ସ୍ପଷ୍ଟ ପ୍ରମାଣିତ ହେଉଛି। ବର୍ତ୍ତମାନ ସୁଦ୍ଧା ପୋଲିସ ତରଫରୁ ଦର୍ଶାଯାଇଥିବା ସମସ୍ତ ପ୍ରମାଣ କୋର୍ଟରେ ଆଦୈା ଗ୍ରହଣୀୟ ନୁହେଁ। କ୍ରାଇମ ରିକ୍ରିଏସନ କରି ଗଣମାଧ୍ୟମ ଜରିଆରେ ପ୍ରଦର୍ଶନ କରାଯିବା ପଛରେ କୈାଣସି କାରଣ ନାହିଁ। ବରଂ ଅଭିଯୁକ୍ତ ଗୋବିନ୍ଦ ସାହୁ, ରାଧେ, ମନ୍ତ୍ରୀ ଶ୍ରୀ ମିଶ୍ର ଓ ତାଙ୍କ ଡ୍ରାଇଭର / ପିଏସଓଙ୍କ କଲ୍ ରେକର୍ଡ ସାର୍ବଜନୀନ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ। ଏତେ ବଡ ଅଭିଯୋଗ ସତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ର ଓ ରାଜ୍ୟ ସରକାର କାହିଁକି ନୀରବ ରହୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ପିତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି। ଏଥି ସହ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ତଦନ୍ତ ପ୍ରକ୍ରିୟାରେ ବାଧକ ସାଜିବାରୁ ନିବୃତ ରହିବାକୁ ପିତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.