Home Top News ଏବେ ପୁରୀ ସହରବାସୀ ଶ୍ରୀମନ୍ଦିର ଭିତରକୁ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ

ଏବେ ପୁରୀ ସହରବାସୀ ଶ୍ରୀମନ୍ଦିର ଭିତରକୁ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ

28

ପୁରୀ ୨୭.୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଏଣିକି ପୁରୀ ସହର ବାସୀ ଶ୍ରୀମନ୍ଦିର ଭିତରକୁ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ପାରିବେ। ମହାପ୍ରସାଦ ମଧ୍ୟ ପୁରୀ ସହରବାସୀ ପଶ୍ଚିମ ଦ୍ୱାର ଦେଇ ଆଣି ପାରିବେ। ତେବେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଡବଲ ଡୋଜ ଟୀକା ସାର୍ଟିଫିକେଟ ଅବା RTPCR ନେଗେଟିଭ ରିପୋର୍ଟ ସହିତ ଆଧାର କାର୍ଡ ଦେଖାଇ ପ୍ରବେଶ କରି ପାରିବେ। ନଭେମ୍ବର ୧ ତାରିଖରୁ ଏହି ନିୟମ ଲାଗୁ ହେବ। ପୂର୍ବରୁ ପୁରୀ ସହର ବାସୀ କେବଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ କରୁଥିଲେ। ବାହାରୁ ଆସୁଥିବା ଭକ୍ତଙ୍କ ସହ ମିଶି ଲାଇନରେ ଯିବାର ନିୟମ ଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଓ ମହା ପ୍ରସାଦ ଆଣିବା ପାଇଁ ପୁରୀ ବାସିନ୍ଦାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା। ଏହାକୁ ନେଇ ପୁରୀ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏହି ଦାବି ସମ୍ପର୍କରେ ବୈଠକ ଡ଼କାଯାଇ ଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ୱାର ଦେଇ ନଭେମ୍ବର ୧ ତାରିଖରୁ ପୁରୀ ସହର ବାସୀ ପ୍ରବେଶ କରି ପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.