Home ଜିଲ୍ଲା ପରିକ୍ରମା ବାଲିପୋଖରୀ ବଜାର ବନ୍ଦ

ବାଲିପୋଖରୀ ବଜାର ବନ୍ଦ

40

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଚାରିଗାଁ ପଂଚାୟତ ବିଜେଡ଼ି ସଭାପତି ତଥା ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ବିୟୋଗରେ ତାଙ୍କ ପ୍ରତି ସମ୍ମାନ ଜଣାଇ ସ୍ଥାନୀୟ ବ୍ୟବସାୟୀମାନେ ୨ଘଣ୍ଟା ଦୋକାନ ବନ୍ଦ ରଖିଥିଲେ । ବାଲିପୋଖରୀ ବଜାରରେ ବିଜେଡ଼ି ଯୁବନେତା ଧରଣୀ ଧର ପୃଷ୍ଟିଙ୍କ ଆବାହକତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ସାହୁଙ୍କୁ ଜଣେ ପରୋପକାରୀ,ଦୃଢ ସଂଗଠକ ଥିଲେ ବୋଲି ବକ୍ତାମାନେ ବର୍ଣ୍ଣନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଝଳୀ ଜ୍ଞାପନ କରିଥିଲେ । ଯୁବନେତା ନିଳାଦ୍ରୀ ପୃଷ୍ଟି,ପର୍ଶୁରାମ ପାଣିଗ୍ରାହୀ,ଫକନ କର,ଭାଗବତ ସାହୁ,ଶ୍ରୀକାନ୍ତ ଜେନା,ସୀତାକାନ୍ତ ଜେନା,ପଦିଆ ଜେନା,ଜଗନ୍ନାଥ ମହାନ୍ତି,ତପନ କର ପ୍ରମୁଖ ଏଥିରେ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଯୁବନେତା ଧରଣୀ ଧର ପୃଷ୍ଟିଙ୍କ ପକ୍ଷରୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା ଓ ଏକାଦଶାହ କାର୍ଯ୍ୟରେ ବ୍ରାହ୍ମଣ ଭୋଜନ ବ୍ୟବସ୍ଥା ସ୍ଥାନୀୟ ନେତା ମାନଙ୍କ ତରଫରୁ କରାଯିବାକୁ ସ୍ଥିର ହୋଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.