Home ଜିଲ୍ଲା ପରିକ୍ରମା ନୂତନ ବାଂଶଡା ଥାନାଧିକାରୀଙ୍କୁ ମହିଳା ସମିତି ପକ୍ଷରୁ ସ୍ୱାଗତ

ନୂତନ ବାଂଶଡା ଥାନାଧିକାରୀଙ୍କୁ ମହିଳା ସମିତି ପକ୍ଷରୁ ସ୍ୱାଗତ

34

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାଂଶଡା ଥାନାରେ ଯୋଗଦେଇଥିବା ନୂତନ ଥାନାଧିକାରୀ ମହମ୍ମଦ ହାଫିଜ୍‌ଙ୍କୁ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ଚାନ୍ଦବାଲି ବ୍ଲକ୍ କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଛି । ନିକଟ ଅତୀତରେ ପୁଲିସ୍ ଡିଜିଙ୍କ ଦ୍ୱାରା ଡିସ୍କ ପୁରସ୍କାରରେ ସମ୍ମାନିତ ଜିଲାର ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ୍ ଉପ ନିରୀକ୍ଷକ ଶ୍ରୀ ହାଫିଜ୍‌ଙ୍କ ଏହି ଯୋଗଦାନକୁ ସ୍ଥାନୀୟ ଅଂଚଳବାସୀ ସ୍ୱାଗତ କରିଥିବାବେଳେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଚାନ୍ଦବାଲି ବ୍ଲକ୍ ସଭାନେତ୍ରୀ ମଧୁସ୍ମିତା ପାକଳ, ସଂପାଦିକା କାମିନୀ ଭୋଇ, ମହିଳା ନେତ୍ରୀ ରୀତା ମହାଳିକ, ପଦ୍ମାବତୀ ମହାଳିକ, ସୁକାନ୍ତି ମହାଳିକ, ପାର୍ବତୀ ମଥାନ ପ୍ରମୁଖ ଏକ ପ୍ରତିନିଧି ଦଳ ସାକ୍ଷାତ୍ କରି ସ୍ୱାଗତ କରିବା ସହ ବାଂଶଡା ଥାନା ଅଂଚଳରେ ମହିଳା ନିର୍ଯ୍ୟାତନା, ଘରୋଇ ହିଂସାକୁ ରୋକିବା, ନିଷ୍ପେସିତ ମହିଳାଙ୍କୁ ନ୍ୟାୟ ପ୍ରଦାନ, ନାରୀ ସମ୍ମାନର ସୁରକ୍ଷାକୁ ନେଇ ଆଲୋଚନା କରିଥିଲେ । ଏବଂ ମହମ୍ମଦ ହାଫିଜ୍ ମହିଳା ସମିତିର ଦାବିଗୁଡିକୁ ଶୁଣି ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଏହି ଅଂଚଳର ସମସ୍ତ ମା’ ଓ ଭଉଣୀମାନେ ତାଙ୍କ ନିଜର ମା’ ଭଉଣୀ ଭାବି ଉପଯୁକ୍ତ ସମ୍ମାନ ଦେବା ତାଙ୍କ ଚାକିରୀ କାଳର ପ୍ରଥମ ଶପଥ ରହିଛି ବୋଲି କହିବା ସହ ଭବିଷ୍ୟତରେ ସମସ୍ତଙ୍କୁ ସମାନ ଅଧିକାର ଦେବା ସହ ଉଚିତ୍ ନ୍ୟାୟ ଦେବାପାଇଁ ଆଶ୍ୱାସନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.