Home ଜିଲ୍ଲା ପରିକ୍ରମା ବାଲିପୋଖରୀ ପଞ୍ଚାୟତବାସୀଙ୍କ ମେଳିକୁ ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ସମର୍ଥନ

ବାଲିପୋଖରୀ ପଞ୍ଚାୟତବାସୀଙ୍କ ମେଳିକୁ ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ସମର୍ଥନ

71

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବାଲି ସୈରାତରୁ ନିଲାମଧାରୀଙ୍କ ବାଲି ଉଠାଣ ଓ ପରିବହନକୁ ବିରୋଧ କରୁଥିବା ବାଲିପୋଖରୀ ପଞ୍ଚାୟତବାସୀଙ୍କ ମେଳିକୁ ବିଜେପି ନେତା ବଦ୍ରୀନାରାୟଣ ଧଳ ନୈତିକ ସମର୍ଥନ ଜଣାଇଛନ୍ତି । ରବିବାର ବାଲିପୋଖରୀ ଏସକେପ ପରିଦର୍ଶନରେ ଯାଇ ଶ୍ରୀ ଧଳ ପରିସ୍ଥିତି ଅନୁଧ୍ୟାନ କରିବା ସହ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସଦସ୍ୟ ରଶ୍ମିରଞ୍ଜନ ମହାପାତ୍ର, ଶ୍ରୀଧର ସ୍ୱାଇଁ, ନାରାୟଣ ବେହେରା, ମଦନ ଦାସ, ଅକ୍ଷୟ ତ୍ରିପାଠୀ, ପ୍ରଭାତ ବାରିକ, ମହେଶ୍ୱର ଦାଶ, ଦିଲ୍ଲିପ ଦାଶ, କ୍ଷେତ୍ରବାସୀ ମିଶ୍ର ଶ୍ରୀ ଧଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବାଲିପୋଖରୀ ଏସକେପ ବନ୍ୟା ବିତ୍ପାତର ନିରାକରଣ ସରକାର ଅଦ୍ୟାବଧି କରିନଥିବା ବେଳେ ସେହି ଅଞ୍ଚଳରୁ ବାଲି ଉଠାଣ କରି ବୈତରଣୀ ନଦୀର ନୂତନ ଶାଖା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବଦ୍ରୀ ପ୍ରଶ୍ନ କରିଛନ୍ତି । କେବଳ ବନ୍ୟା ସୁରକ୍ଷା ପାଇଁ ପଞ୍ଚାୟତବାସୀ ବାଲି ଉଠାଣକୁ ବିରୋଧ କରୁଥିବା ବେଳେ ନିଲାମଧାରୀଙ୍କ ପ୍ରତି ରାଜନୈତିକ ଓ ପ୍ରଶାସନିକ ସମର୍ଥନକୁ ସେ ନିନ୍ଦା କରିଛନ୍ତି । ତୁରନ୍ତ ଜଗନ୍ନାଥପ୍ରସାଦ ସୈରାତ ନିଲାମକୁ ବାତିଲ କରିବାକୁ ଶ୍ରୀ ଧଳ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.