Home ଜିଲ୍ଲା ପରିକ୍ରମା ବାଲିପୋଖରୀ ଏସକେପ କଂକ୍ରିଟକରଣ ପାଇଁ ପୁନଃ ବୈଷୟୀକ ଅନୁଧ୍ୟାନ ହେଉ, କାର୍ଯ୍ୟ ବନ୍ଦ ପାଇଁ ବନ୍ୟା...

ବାଲିପୋଖରୀ ଏସକେପ କଂକ୍ରିଟକରଣ ପାଇଁ ପୁନଃ ବୈଷୟୀକ ଅନୁଧ୍ୟାନ ହେଉ, କାର୍ଯ୍ୟ ବନ୍ଦ ପାଇଁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟର ଚେତାବନୀ

28

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବୈତରଣୀ ନଦୀରେ ଥିବା ବାଲିପୋଖରୀ ଏସକେପ କଂକ୍ରିଟକରଣ କାର୍ଯ୍ୟ ପାଇଁ ପରିବର୍ତ୍ତିତ ପରିସ୍ଥିତିରେ ବୈଷୟୀକ କମିଟିର ପୁନଃ ଅନୁଧ୍ୟାନ ଆବଶ୍ୟକ। ଏହା ବ୍ୟତିରକେ ଜଳସେଚନ ବିଭାଗ ପକ୍ଷରୁ କଂକ୍ରିଟକରଣ କାର୍ଯ୍ୟ ଆରମ୍ଭ ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରାଯିବ ବୋଲି ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଚେତାବନୀ ଦିଆଯାଇଛି। ଆଖୁଆପଦା ଆନିକଟ ଠାରୁ ମାତ୍ର ୧୬ଶହ ମିଟର ଦୂରରେ ଅବସ୍ଥିତ ଏହି ଏସକେପର କଂକିଟକରଣ ପାଇଁ ସୁରକ୍ଷା କମିଟି ୨୦୧୩ ମସିହାରେ ଆନ୍ଦୋଳନ କରିଥିଲା। ତତ୍‌କାଳୀନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ର ସୁରକ୍ଷା କମିଟି ସହ ଆଲୋଚନା କରି ବୈଷୟୀକ କମିଟି ଗଠନ କରି ୨୦୧୬ ମସିହାରେ ଅନୁଧ୍ୟାନ ପାଇଁ ପଠାଇଥିଲେ। ଯାହାର ଫଳ ସ୍ୱରୂପ ଏବେ କଂକ୍ରିଟକରଣ କାର୍ଯ୍ୟ ପାଇଁ ବିଭାଗ ଆଗଭର ହୋଇଛି। ମାତ୍ର ୨୦୧୬ ମସିହାର ସ୍ଥିତି ଏବେ ସମ୍ପୁର୍ଣ୍ଣ ବଦଳି ଯାଇଛି। ନଦୀଶଯ୍ୟାକୁ ବଳପୂର୍ବକ ସଙ୍କୁଚିତ କରି ଦିଆଯାଇଛି। ନଦୀର ଅପରପାର୍ଶ୍ୱ ବନ୍ଧକୁ ଅତିମାତ୍ରାରେ ସୁଦୃଢ କରାଯାଇଛି। ବାଲିପୋଖରୀ ଏସକେପ ସମ୍ମୁଖ ବାଲିଶଯ୍ୟାରୁ ବାଲି ଉତ୍ତୋଳନ ଅତିମାତ୍ରାରେ କରାଯାଇ ନଦୀକୁ ଏସକେପ ଆଡକୁ ଯୋଜନାବଦ୍ଧ ଭାବେ ମୁହାଁଇ ଦିଆଯାଇଛି। ଏଭଳି ପରିସ୍ଥିତିରେ ନିମ୍ନଉଚ୍ଚତାରେ କଂକ୍ରିଟକରଣ କାର୍ଯ୍ୟ ଗ୍ରହଣୀୟ ନୁହେଁ। ୧୦ ଟି ପଞ୍ଚାୟତର ଧନଜୀବନ ସୁରକ୍ଷା ପାଇଁ ଆବଶ୍ୟକ ନିର୍ମାଣ କରାଯିବା ଦରକାର। ଏଥିପାଇଁ ନୂତନ ବୈଷୟୀକ କମିଟି ଗଠନ କରାଯିବାକୁ ଅନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଜିଲ୍ଲାପାଳଭ୍‌କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି। କମିଯିର ଆବାହକ ତଥା ବାଲିପୋଖରୀ ସରପଞ୍ଚ ଅକ୍ଷୟ ତ୍ରିପାଠୀ ଓ ସଂଯୋଜକ ନାରାୟଣ ଚନ୍ଦ୍ର ବେହେରା ଜିଲ୍ଲାପାଳଭ୍‌କୁ ସାକ୍ଷାତ କରି ଆଲୋଚନା କରିବା ସହ ଏବର ନିର୍ମାଣ କାର୍ଯ୍ୟ ବନ୍ଦ ରତ୍କବାକୁ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.